କୋରାପୁଟ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ, ଦିନକୁ ଦିନ ବଢୁଛି ତାତି

Spread the love

ବୈପାରିଗୁଡା,୨୨/୪ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ରେ ଏବେ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହା ଦ୍ୱାରା କି ବ୍ଲକବାସୀ ତତଲା କଢ଼େଇ ରେ ସିଝିଲା ପରି ପରିଲକ୍ଷିତ ହେଉଛି ।ଏବେ କିଛି ଦିନ ହେବ ତାପମାତ୍ରା ୪୦ ଡିଗ୍ରୀ ରୁ କମ ହେଉନାହିଁ ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।ଏମିତିକି ସନ୍ଧ୍ୟା ସମୟରେ ବେଳେବେଳେ କାଳବୈଶାଖୀ ର ବର୍ଷା ମଧ୍ୟ ହେଉଛି କିନ୍ତୁ ଏଥିରେ ଲୋକଙ୍କୁ ଆସ୍ୱସ୍ତି ମିଳିପାରୁନାହିଁ । ତାପମାତ୍ରା ଦିନକୁ ଦିନ ବଢିବା ଫଳରେ ଥଣ୍ଡାପାନୀୟ ଏବଂ ଫଳ ଦୋକାନ ମାନଙ୍କ ରେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ଏମିତିକି ତରଭୁଜ ଗୋଟିକ ୮୦ରୁ ଉର୍ଦ୍ଧ ଟଙ୍କା ହୋଇଥିଲେ ମଧ୍ୟ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଦୋକାନ ରେ ଭିଡ ଜମିଥିବା ଦେଖିବାକୁ ମିଳିଛି ।ଏମିତିକି ପ୍ରବଳ ତାତି ଦ୍ୱାରା ଲୋକମାନେ ବାହାରକୁ ବାହାରିବା କଷ୍ଟ ସାଧ୍ୟ ହୋଇପଡ଼ିଛି ଯାହା ଦ୍ୱାରା କି ରାସ୍ତା ଜନ ଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment