କୋରାଇ/୦୪/୦୪/ସନ୍ଧାନ ନିଉଜ୍/ଆଜମିର ଆକାଶ)ଯାଜପୁର ଜିଲ୍ଲା କୋରାଇ ଥାନା ପକ୍ଷରୁ ଆଜି ପୂର୍ବାହ୍ନରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଥାନା ସମୁଖରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି । ଏହି ଥାନା ବାଟ ଦେଇ ହଜାର ହଜାର ଲୋକ ମାନେ ଯିବା ଆସିବା ପ୍ରତ୍ୟେକ ଦିନ କରିଥାନ୍ତି ।କୋରାଇ ଠାରେ ବ୍ଲକ, ରେଲୱେ ଷ୍ଟେସନ, ମେଡିକାଲ, ପିରୁ ବାବାଙ୍କ ମହଚିଦ, ଏବଂ ପାଣି କୋଇଲି ,ରଗଡ଼ି ଓ ଯାଜପୁର ରୋଡ଼ ଯିବାକୁ ମୁଖ୍ୟ ରାସ୍ତା ହୋଇ ଥିବାରୁ ଏହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରିଥାନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଆଖି ଆଗରେ ରଖି ଥାନା ତରଫରୁ ଜଳ ଛତ୍ର ଖୋଲା ଯାଇଛି ଏହି ରାସ୍ତା ଦେଇ ଯାଉ ଥିବା ବାଟୋଇ ମାନଙ୍କୁ ଡାକି ଥଣ୍ଡା ପାନୀୟ ଜଳ ପୋଲିସ ପକ୍ଷରୁ ଦିଆଯାଉଛି ।ଯେ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନ କମିଛି ସେ ପର୍ଯ୍ୟନ୍ତ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆ ଯିବ ବୋଲି ଥାନା ଅଧିକାରୀ କହିଛନ୍ତି
କୋରାଇଥାନା ପକ୍ଷରୁ ଜଳଛତ୍ର ଶୁଭାରମ୍ଭ
|
April 4, 2021 |


