ବାରିପଦା, ୨୦/୦୭/୨୦ (ସନ୍ଧାନ ନିଉଜ) : ଅବଳ ଆଉ ଦୁର୍ବଳା ହୋଇ ରହିନାହିଁ । ପାଦରେ ପାଦ ମିଳାଇ ଚାଲିବା ପାଇଁ ତାଠାରେ ରହିଛି ଢେର ତାକତ । ଏଥି ପାଇଁ ତ ସରକାର ଏବେ ମହିଳାଙ୍କୁ ସଶକ୍ତ ହେବାକୁ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି । ସରକାରଙ୍କ ସହ ମହିଳା ମାନେ ମଧ୍ୟ ଆଗଭର ହୋଇ ତାଳମେଳ ରଖି ଏମିତି କିଛି କାର୍ଯ୍ୟ କରିବାକୁ ଚାହାନ୍ତି ଯାହା ଦ୍ବାରା ସେମାନଙ୍କ ପରିବାର ଓ ସମାଜର ମଙ୍ଗଳ ସୋଇପାରିବ । ଏହାରି ଫାଇଦା କିଛି ମୃଷ୍ଟିମୟ ଲୋକ ଓ ସଂସ୍ଥା ନେବାକୁ ବସିରହିଥାନ୍ତି । ସିସୋର, ଗ୍ରିନରେ ତଥା ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଭଳି କେତେକ ଅର୍ଥ ଲଗାଣକାରୀ ସଂସ୍ଥା ଅତିତରେ କରଞ୍ଜିଆ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରୁ କୋଟି କୋଟି ଟଙ୍କା ଠକି ରାତାରାତି ଉଭାନ ହୋଇ ଯାଇଥିଲେ । ଗରିବ ଆଦିବାସୀ ଲୋକମାନେ ଯେଉଁ ଟଙ୍କା ନିଜ ଜମି ଦେଓ ପ୍ରକଳ୍ପରେ ହରାଇ ପାଇଥିଲେ ସେହି ଟଙ୍କା ଏହି କମ୍ପାନୀ ଗୁଡ଼ିକ ଠକି ସର୍ବସ୍ବାନ୍ତ କରି ଚାଲି ଯାଇଥିଲେ ।
ବର୍ତ୍ତମାନ ବିଭିନ୍ନ ନାମଧାରୀ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନ ଏଠାରେ ସେମାନଙ୍କ ବେପାର ଚାଲୁକରିଥିବା ଦେଖିବାକୁ ମିଳୁଛି । ଏହି କମ୍ପାନୀ ଗୁଡ଼ିକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମହିଳା ଗୋଷ୍ଠୀ ତିଆରି କରି ସେମାନଙ୍କୁ ଋଣ ଦେଉଛନ୍ତି । କିନ୍ତୁ ସାପ୍ତାହିକ ଯେଉଁ ସୁଧ ସଂଗ୍ରହ କରୁଛନ୍ତି ତାହା ମହାଜନୀ ଚକ୍ରବୃଦ୍ଧି ସୁଧ ଓ ବ୍ୟାଙ୍କ ସୁଧ ଠାରୁ ବଳିଯାଉଛି । ଏହି କମ୍ପାନୀ ଗୁଡ଼ିକ ମହିଳା ମାନଙ୍କ ଆର୍ଥିକ ଅବସ୍ଥା ସୁଧାର ଆଣିବା ନିଆଁରେ ଏହି ଗରୀବ ଆଦିବାସୀ ଅଶିକ୍ଷିତ ବା ଅଳ୍ପ ଶିକ୍ଷିତ ଗୋଷ୍ଠୀଙ୍କୁ ଅନାୟାସରେ ଠକି ଚାଲୁଛନ୍ତି । ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ଆଳରେ ଏହି କମ୍ପାନୀ ଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଛନ୍ତି । ମହିଳା ମାନଙ୍କୁ ଦିଆଯାଉଥିବା ଋଣ ବାବଦକୁ ୨୨ ପ୍ରତିଶତ ୩୦ ପ୍ରତିଶତ ପଯ୍ୟନ୍ତ ସୁଧା ଆଦାୟ କରାଯାଇଛି । ସରାକାର ଓ ରିଜର୍ଭ ବ୍ୟାଙ୍କ ଏହି କରୋନା ମହାମାରୀ ସମୟରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡ଼ିକୁ ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ କିସ୍ତି ନନେବା ପାଇଁ ଅଗ୍ରାହ୍ୟ କରିଛନ୍ତି । ହେଲେ ଉକ୍ତ ନିୟମକୁ କାର୍ଯ୍ୟକାରୀ ନକରି ଏହି ସଂସ୍ଥା ଗୁଡ଼ିକ ଜୋର ଜବରଦସ୍ତ ଚକ୍ରବର୍ତ୍ତୀ ହାରରେ ଋଣ ପରିଶୋଧ କରିବା ପାଇଁ କରିବା ପାଇଁ କହିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ଓ୍ଵାର୍ଡ ନମ୍ବର ୧୫ ସ୍ଥ ରାସେଶ୍ୱରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ତରଫରୁ ଅଭିଯୋଗ ଆସିଛି ।
ବଡ଼ସାହି ବଣସାହି , କରଢିଆ, ନିକଟସ୍ଥ ଯଶିପୁର ତଥା ଏହାର ଆଖପାଖ ଅଞ୍ଚଳରେ ଖୋଲିଥିବା ଏହି ସଂସ୍ଥା ଗୁଡ଼ିକ ଅଳ୍ପ ପାଠପଢି ଥିବା ପିଲାମାନଙ୍କୁ କାର୍ଯ୍ୟରେ ନିୟୋଜିତ କରି ଗରିବ ଖଟିଖିଆ ମହିଳାଙ୍କୁ ସ୍ବଚ୍ଛଳ କରିବା ବଦଳରେ ଶୋଷଣ ଓ ଆର୍ଥିକ ଅନାଟନ ମଧ୍ୟକୁ ଠେଲି ଦେଉଛନ୍ତି । ଏହି ପରି କମ୍ପାନୀ ମାନଙ୍କ ମଧ୍ୟରେ ସ୍ଚନ୍ଦନା , ଏଲଏଣ୍ଡଟି , ଆରୋହଣ , ସମସ୍ଥା , ଆସ୍ଥା , ସମ୍ବନ୍ଧ, ଆଶୀର୍ବାଦ, ସାଟିନ,ରନ୍ଧନ,ଉକୋର୍ଷ ଅନ୍ୟତମ । ଏମାନେ ରିଜର୍ଭ ବ୍ୟାଙ୍କର ଗାଇଡ ଲାଇନ ମାନି ବିଜନେସ କରୁଛନ୍ତି ବୋଲି କହିଥାନ୍ତି । ସରକାରଙ୍କ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକ ଉପରେ ନିଷେଧାଦେଶ ଥିଲେ ମଧ୍ୟ ଏହି ପରି କମ୍ପାନୀ ଗୁଡ଼ିକ କେଉଁ ନିର୍ଦ୍ଦେଶ ବଳରେ ମହିଳାମାନଙ୍କୁ ହଇରାଣ ଓ ଦୁର୍ବ୍ୟବହାର କରୁଛନ୍ତି ତାହା ଉପରେ ଅନେକ ଥର ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନର ସ୍ଥାଣୁତା ଏହାର କାର୍ଯ୍ୟ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି ସମସ୍ୟାର ତୁରନ୍ତ ଓ ସମାଧାନ ପ୍ରୟାସ ଅନିବାର୍ଯ୍ୟ । ତେବେ ଯାଇ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅଗ୍ରଗତି ହୋଇ ପାରିବ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।
କୋରନା ମହାମାରୀ ସମୟରେ ବିଭିନ୍ନ ଫାଇନାନ୍ସ କମ୍ପାନୀ ମାୟାଜାଲରେ ମହିଳା ଗୋଷ୍ଠୀ
|
July 21, 2020 |