ଯାଜପୁର ସଦର, ୨୪ା୦୭ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଭଗବତୀପୁର ଗ୍ରାମର ଶ୍ୟାମସୁନ୍ଦର ଦାଶଙ୍କ ବଡ଼ପୁଅ ଅଶୋକ ଦାଶ ଦିର୍ଘ ଦିନ ହେଲା ରାଉରକେଲାରେ ରହି ମୃର୍ତ୍ତି କାରିଗର ଭାବରେ ବେଶ ପରିଚିତ ଥିଲେ । ତାଙ୍କର ହାତର ସ୍ପର୍ଶରେ ମାଟି ପ୍ରତିମା ଗୁଡ଼ିକ ସତେ ଯେପରି ଜୀବନ୍ୟାସ ପାଉଥିଲା । ଶ୍ରୀ ଦାଶ ରାଉରକେଲାରେ ପରିବାରଙ୍କ ସହିତ ରହୁଥିବା ବେଳେ ମଧୁମେୟ ଓ କିଡନି ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଆଖିରେ ମଧ୍ୟ ଡିଫେକ୍ଟ ରହିଥିଲା । ଶ୍ରୀ ଦାଶ ରାଉରକେଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ୫୪ ବର୍ଷ ବୟଷରେ ଶ୍ରୀ ଦାଶଙ୍କର ଜୀବନ ଦିପ ଲିଭିଗଲା । ଗତକାଲି ଦିନ ୧୧ ଟା ସମୟରେ ଶ୍ରୀ ଦାଶଙ୍କର ମୃତ୍ୟୁ ଘଟିଥିବା ଖବର ବନ୍ଧଡିହରେ ପହଁଞ୍ôଚବା କ୍ଷଣି ଶ୍ରୀ ଦାଶଙ୍କ ସାଙ୍ଗ, ସାଥି ଓ ଶିଳ୍ପି ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା । ବିଶେଷକରି ମୃର୍ତ୍ତି କାରିଗର ପ୍ରଦିପ କୁମାର ଜେନା(ପଦିଆ) ଦୁଃଖ ପ୍ରକାଶ କରିବା ସହିତ ଜଣେ ଭଲ ସାଙ୍ଗକୁ ହରାଇଲୁ ବୋଲି ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ପରିବାରକୁ ସାନ୍ୱୋନା ଦେବା ସହିତ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଶ୍ରୀ ଦାଶଙ୍କର ମର ଶରୀରକୁ ରାଉରକେଲାରେ ଶବ ଶଂସ୍କାର କରାଯାଇଥିଲା । ଏହ ପରିପ୍ରେକ୍ଷିରେ ଦାଶ ପରିବର ପକ୍ଷରୁ ଶୋକାକୁଳ ଭରିଯାଇଥିଲା । ଶ୍ରୀ ଦାଶଙ୍କ ଆତ୍ମାର ସଦ୍ଗତି କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବହୁ ଶୁଭେତ୍ସୁ ପ୍ରାର୍ଥନା କରିଥିଲେ ।
କୋଭିଡ଼ରେ ଆକ୍ରାନ୍ତ ହୋଇ ମୃର୍ତ୍ତି କାରିଗରଙ୍କ ଜୀବନ ଦିପ ଲିଭିଗଲା
|
July 24, 2022 |



