କୋଭିଡ ନିଆଁରେ ଝାରସୁଗୁଡ଼ା ଜିଲ୍ଲାର ସରବାହାଲ ଅଞ୍ଚଳ

Spread the love

ଝାରସୁଗୁଡା, – ୩୦/୪/୨୦୨୧  (ସନ୍ଧାନ ନିଉଜ) : ଝାରସୁଗୁଡା  ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ  ୩୯୬ ପୋଜିଟିଭ ନୂଆ କେସ ଆସିଥିବାବେଳେ  ୨୫୮୯ଟି ଆକ୍ଟିଭ କେସ ରହିଛି ଓ ତା ମଧ୍ୟରୁ  ୩୦୩ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଝାରସୁଗୁଡ଼ା ସରବାହାଲ ଅଞ୍ଚଳର ଅନେକ ଲୋକ କୋବିଡ଼ ରୋଗରେ ଆକ୍ରାନ୍ତ ହେଲାପରେ ଜିଲ୍ଲା  କଲେକ୍ଟର, ତହସିଲଦାର ଙ୍କ ନେତୃତ୍ୱରେ  ସରବାହାଲ କୁ କଣ୍ଟନମେଣ୍ଟ ଯୋନ ରୂପେ ଘୋଷଣା କରିଛନ୍ତି ଓ ଅଞ୍ଚଳକୁ ସିଲ କରାଗଲା । ସୂଚନା ଅନୁସାରେ କୋଭିଡର ସଂକ୍ରମଣ ବୃଦ୍ଧି ଓ ତାଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବାରୁ ଜନସାଧାରଣଙ୍କ ସ୍ୱସ୍ଥ୍ୟ ରକ୍ଷା ନିମନ୍ତେ ସରବାହାଲ କୁ କଣ୍ଟନମେଣ୍ଟଯୋନ ଘୋଷଣା କରସଯାଇଛି ।ଏହା ମଇ ମାସ ୧୩ ତାରିଖ ପର୍ଯନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନାଦିଆଯାଇଛି । ଏଥିରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଝାରସୁଗୁଡା କୋଟ କୁ ମଇ ଦୁଇ ପର୍ଯ୍ୟନ୍ତ ସିଲ କରାଯାଇ ଥିବା ବେଳେ ଏହା ମାଜିଷ୍ଟ୍ରେଟ ତରଫରୁ କୋଟ କୁ କଣ୍ଟନମେଣ୍ଟ ଯୋନ ଘୋଷଣା କରାଯାଇଛି ।ଝାରସୁଗୁଡ଼ାରେ ଏଇତ ଜୀବନ କମିଟି ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ ଝାରସୁଗୁଡା ର ଅନେକ ଗ୍ରାମରେ ମାସ୍କ ପିନ୍ଧିବା ସହିତ ସମାଜିକ ଦୂରତା ବଜାୟ ରହିବା ଓ ତାର ଗାଇଡ଼ଲାଇ ବିଷୟରେ ଲୋକଙ୍କୁ ସଚେତନ କରାଗଲା । ଝାରସୁଗୁଡ଼ାରେ ଖୀଦମତ କମିଟି ଓ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ଦ୍ୱାରା  କୋବିଡ଼ ରୋଗୀଙ୍କ ପାଇଁ ନିଶୁଳ୍କରେ ଅକ୍ସିଜେନ ସେବା ଉପଲବ୍ଧ କରାଯିବାର ସୁ ହରମ୍ଭ କରାଗଲା । ଅକ୍ସିଜେନ ଆବଶ୍ୟକ କରୁଥିବା କରୋନା ଲୋକଙ୍କୁ ତାହା ବିନା ମୂଲ୍ୟରେ ସୁବିଧାରେ ମିଳିବାପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ଚାରୋଟି ନମ୍ବର ଦିଆଯାଇଛି ଯାହାକି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ କଥା ହେଇ ସୁବିଧା ପାଇପାରିବେ ।ଝାରସୁଗୁଡ଼ାର ବିଜୁ ନଗରରେ କୋବିଡ଼ ସଂକ୍ରମଣ ବୃଦ୍ଧି ପାଇବା ଦ୍ବାରା ଅଞ୍ଚଳ କୁ ସିଲ କରିବା ସହିତ ସବୁ ଦୋକାନ ତା ଭିତରେ ବନ୍ଧ ରହିବ ବୋଲି ଘୋଷଣା କରାଗଲା । ତାର ସମସ୍ତ ଅଂଚଳକୁ ସାନିଟାଇଜ କରାଯାଇଛି । ପଶୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କୁ ଏବେ ଯାଏ ମଧ୍ୟ କୋଭିଡର ମାନ୍ୟତା ମିଳିପାରି ନାହିଁ । ସେଥିପାଇଁ ଝାରସୁଗୁଡା ପଶୁ ଚିକିଶାଳୟ ତରଫରୁ ଡାକ୍ତର ଗିରିସ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଯଦି ତାଙ୍କୁ ମାନ୍ୟତା ନ ଦିଆଯିବ ତାହେଲେ ସେ  କାମ ବନ୍ଧ କରି ଆନ୍ଦୋଳନରେ ବସିବେ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment