କୋତପୁର ଭଗବାନପୁର ପୋଲ ନିକଟରୁ ଗଳିତ କଙ୍କାଳ ସହ ମଟରସାଇକେଲ ଉଦ୍ଧାର, କାହାକୁ ହତ୍ୟା କରି ନଦୀରେ ପିଙ୍ଗାଯାଇଥିବା ସନ୍ଦେହ

Spread the love

ଧର୍ମଶାଳା ୧୬/୧୦ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଇ ପ୍ରବାହିତ ହେୁଥିବା ବ୍ରହ୍ମଣୀ ଶାଖା ନଦୀ କେଲୁଅର କୋତପୁର ଭଗବାନପୁର ପୋଲ ନିକଟରୁ ଏକ ଯୁବତୀର କଙ୍କାଳ ଉଦ୍ଧାର କରାଯାଇଛି । ଏଥି ସହିତ ଏକ ହିରୋ ହୋଣ୍ଡା ଗ୍ଲାମର ଗାଡି ମଧ୍ୟ ମିଳିଛି । ତେବେ କିଛି ଦିନ ହେବ ଧରି ନଦୀ ପାଣିରେ ଶବଟି ପଡି ପଡି ମାଂସ ସବୁ ପଚି ଝଡି ଯାଇଥିବା ବେଳେ ଏହାକୁ କେଉଁଟି ହତ୍ୟା କରାଯାଇ ନଦୀରେ ପିଙ୍ଗା ଯାଇଥିବା ଏଠାରେ ଚର୍ଚ୍ଚା ଚାଲିଛି । ତେବେ ଗାଡିଟିକୁ କୋତପୁର ପାଣ୍ଡି ପୋଲିସ ଜବତ କରିଥିବା ବେଳେ ଶବ ଉପରେ ଅଧିକ ତଥ୍ୟା ଦିଆଯାଇନାହିଁ । ତେବେ ପୋଲିସ ଶବ ଜବତ କରିବା ଏବଂ ଅଧିକ ତଦନ୍ତ କରିବାରେ ଟାଳୁଟୁଳ ନୀତି ଅବଲମ୍ବନ କରୁଥିବା ଜନସାଧରଣ ଅଭିଯୋଗ କରିବା ସହିତ ଗଣମାଧ୍ୟମକୁ ମଧ୍ୟ ତଥ୍ୟା ପ୍ରଦାନ କରାଯାଉନାହିଁ । ଏହା ଉପରେ ତଦନ୍ତ କରି ଏହା ଶବ କାହାର ଏବଂ କେଉଁଠୁ ଆସିଲା ତାହାତ ସତ୍ୟାତା ସର୍ବସାଧରଣଙ୍କ ଆଣିବାକୁ ସାଧରଣରେଦାବି ହେଉଛି ।

ମାନସ ରାଉତଙ୍କ ରିପୋର୍ଟ ସନ୍ଧାନ ନିୟୁଜ

Related Posts

About The Author

Add Comment