ଜେନାପୁର,୨୩l୯( ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରେ ଏମବିକେ ଏବଂ ବିସି ଦୁଇଟି ଦାଇତ୍ୱରେ ରହି ଇନ୍ଦୁମତୀ ନାମକ ଜଣେ ଯୁବତୀ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ । ପରେ ସେ ଥାନାରେ ଆସି ଆତ୍ମସମର୍ପଣ କରିଥିଲେ । ପରେ ଜେନାପୁର ପୋଲିସ ପକ୍ଷରୁ ଅତି ତରବରିଆ ଭାବେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରି ତାଙ୍କୁ କୋର୍ଟ ଚାଲାଣ କରିଦିଆଯାଇଥିଲା । ହେଲେ ପୋଲିସ ପାଖରେ ସେ ଏକୁଟିଆ ଏତେ ଟଙ୍କା ଆତ୍ମସାତ କରିନାହାନ୍ତି ବୋଲି କହିଥିଲେ । ଅନ୍ୟ ପକ୍ଷରେ କବାଟବନ୍ଧ ସ୍ଥିତ ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ଥାନାରେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ଇନ୍ଦୁମତୀଙ୍କ ନାମରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଜଣାପଡିଛି । ଆହୁରି ମଧ୍ୟ ଇନ୍ଦୁମତୀ କୁଆଡେ ଲକ୍ଷାଧିକ ଟଙ୍କା ୧ଟଙ୍କା ଶୁଦ୍ଧ ହାରରରେ ଲଗାଣ ଦେଇଛନ୍ତି ବୋଲି ଉକ୍ତ ପଞ୍ଚାୟତର କିଛି ଲୋକ କହୁଛନ୍ତି । ଏହିପରି ଗୁରୁତ୍ୱ ପୂର୍ଣ୍ଣ ବିଷୟକୁ ନେଇ ଏସବୁ ଘଟଣା ପଛରେ ଆଉ କାହାର ନିଶ୍ଚିତ ହାତ ଅଛି ବୋଲି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଘୋଟଲା ଟଙ୍କାରେ ଇନ୍ଦୁମତୀ ହଡପ କରିଥିବା ଟଙ୍କାରୁ ମୋଟା ଅଙ୍କର ଟଙ୍କା ଉକ୍ତ ବ୍ୟକ୍ତିଙ୍କ ପକେଟକୁ ଯାଇଛି । ଇନ୍ଦୁମତୀ ଫେରାର ହୋଇନଥିଲେ ବରଂ ତାଙ୍କୁ ଘୋଟଲା ଟଙ୍କାରୁ ଭାଗ ପାଇଥିବା ବ୍ୟକ୍ତିମାନେ ତାଙ୍କୁ ନେଇ ଏକ ଅଜ୍ଞାତ ସ୍ଥାନରେ ରଖିଥିଲେ । ନିଜେ ବଞ୍ଚିବା ପାଇଁ ଇନ୍ଦୁମତୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭିତ କରି ଶେଷରେ ତାଙ୍କୁ ଆତ୍ମସମର୍ପଣର ନାଟକ ରଚିଥିଲେ । ନହେଲେ ଜଣେ ନିଜକୁ ନିଜେ ଫେରାର ଥିବା ବ୍ୟକ୍ତି ପୁଣି କାହିଁକି ଆତ୍ମସମର୍ପଣ କରିବ ତାକୁ ନେଇ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି । ଇନ୍ଦୁମତୀଙ୍କ ଗିରଫ ପରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ କିପରି ନିଜ ନିଜର ଟଙ୍କା ଫେରିପାଇବେ ତାକୁ ନେଇ ଦ୍ଵନ୍ଦରେ ଅଛନ୍ତି । ଅନ୍ୟ ପକ୍ଷରେ ଜଣେ ବ୍ୟକ୍ତି କିଭଳି ଭାବେ ଦୁଇ ଦୁଇଟି ଦାୟିତ୍ୱରେ ରହିଲେ ତାକୁ ନେଇ ସନ୍ଦେହ ଘନୀଭୂତ ହେବାସହ ଏହି ଘୋଟଲା ପଛରେ ଏହି ଦାଇତ୍ୱ ଜାଣିଶୁଣି ଇନ୍ଦୁମତୀଙ୍କୁ ଦିଆଯାଇଥିଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରିବାକୁ ଜନସାଧାରଣଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲା ଏସ୍ସି ଚାହିଁଲେ ଇନ୍ଦୁମତୀଙ୍କୁ ଜେନାପୁର ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଜେନାପୁର ଥାନା ଅଧିକାରୀ କହିଛନ୍ତି ,ଏପଟେ ତୁରନ୍ତ ଯଦିଓ ଏହାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ ହେବ ବୋଲି ଏଣ୍ଡଳବା ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।।
କୋଟି କୋଟି ଟଙ୍କା ହଡ଼ପ ମାମଲା ଇନ୍ଦୁମତୀଙ୍କ ଫେରାରକୁ ନେଇ ବଢୁଛି ସନ୍ଦେହ , ଇନ୍ଦୁମତି ଫେରାର ହେବା ଓ ପରେ ଥାନାରେ ଆତ୍ମସମର୍ପଣ କରିବା ପଛରେ ରହିଛି କେଉଁ ପ୍ରଭାବ ସାଳିଙ୍କ ହାତ,,
|
September 23, 2022 |