କୋଇଡା-୧/୧୧(ସନ୍ଧାନ ନିୟୁଜ) : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ବିଜେପିର ବରିଷ୍ଠ ନେତା ଅନୀଲ ବାର୍ଲା ଙ୍କ ନେତୃତ୍ୱରେ କୋଇଡା ଲଙ୍ଗଳେଶ୍ୱର ମନ୍ଦିର ସମ୍ମୁଖରୁ ଗଣ ଦୌଡ଼ ଆରମ୍ଭ ହୋଇ ଜାତୀୟ ସଂଗୀତ ଗାନ ପରେS ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରୀ ବାର୍ଲାସମବେତ ଜନତା ଙ୍କୁ ଉଦବୋଧନ ଦେଇ ଅଭିଭାଷଣ ରେ କହିଥିଲେ କି ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଦେଶକୁ ଏକତା ସୂତ୍ର ରେ ବାନ୍ଧି ରଖିବାର ପ୍ରମୁଖ ଥିଲେ ତାଙ୍କର ଜୟନ୍ତୀ ଅବସର ରେ ଆଜି ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଗୁଜୁରାଟ ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ପ୍ରତି ମୂର୍ତ୍ତି କୁ ଲୋକାର୍ପଣ କରିବେ।ଏହା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅଟେ।ଏବଂ ଏକତାର ପ୍ରତୀକ statue of unity ଆଜି ସେହି ମହାନ ବ୍ୟକ୍ତିଙ୍କ ଉଦ୍ଦଶୂରେ Run for unity ବୋଲି ମତ ବ୍ୟକ୍ତ କରିଥିଲେ।ଏହି ଗଣ ଦୌଡ଼ରେ ସୋତାର୍ଦ୍ଧିକ କାର୍ଯ୍ୟ କର୍ତା ଅଂଶଗ୍ରହଣ କରିଥିଲେ ତଥା, ରାଜେଶ କେରକେଟା ,ମାନସ ରଥ, ତପନ ବାରିକ, ଛୋଟ ବାଗ, ଅଜଗର ବକ୍ସ, ନିକଲାସ ଟୋପ୍ନ, ସୋନୁ ଜୈସ୍ୱାଲ,ରାମ ବାରିକ, ପ୍ରମୁଖ ଆୟୋଜନରେ ସାହାଯ୍ୟ କରିଥିଲେ।
କୋଇଡାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକତା ଦିବସ ଓ ଗଣ ଦୌଡ଼
|
November 1, 2018 |