କୋଇଡା,୧୫/୧୧ (ସନ୍ଧାନ ନିୟୁଜ). କୋଇଡା ରେ ୧୪୩ ତମ ବୀର୍ଷା ମୁଣ୍ଡା ଜନ୍ମ ଜୟନ୍ତୀଉତ୍ସବ ବୀର୍ଷା ମୁଣ୍ଡା ଆଦିବାସୀ ସଂଘ ପକ୍ଷରୁ ପାଳନ ହୋଇଯାଇଛି ।ପ୍ରଥମେ କୋଇଡା ଲଙ୍ଗଳେଶ୍ୱର ମନ୍ଦିର ଠାରୁ ଏ ଅଞ୍ଚଳର ଏବଂ ମୟୂରଭଞ୍ଜ ର ଆଦିବାସୀ ଙ୍କ ନୃତ୍ୟ ର ତାଳେ ତାଳେ ଏକ ମାସାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବସ୍ ଷ୍ଟାଣ୍ଡା ନିକଟରେ ପହଞ୍ଚି ଥିଲା । ଅତିଥି ମାନେ ବିର୍ଷା ମୁଣ୍ଡାଙ୍କୁ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଦେବା ପରେ ତାଙ୍କ ର ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଜ୍ଵଳ କରାଯାଇ ସଭାକାଯ୍ଯ ଆରମ୍ଭ ହୋଇଥିଲା ।ସଂମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଜୋନାର୍ଦ୍ଧନ ଦେହୁରି ମୁଖ୍ୟ ଅତିଥି, କୋଇଡା ବିଡିଓ ରମେଶ ଚନ୍ଦ୍ର ହାସଦା, କୁମାରୀ ସନ୍ଧ୍ୟାରାଣୀ ନାଏକ, ଡବର ମୁଣ୍ଡା, ଦଶରଥ ଓରାମ, ଛଟରାୟ ନାଏକ, ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ସଭାପତି ଦାଇତ୍ଯ ତୁଲାଇ ଥିଲେ
କୋଇଡା ରେ ୧୪୩ ତମ ବୀର୍ଷା ମୁଣ୍ଡା ଜନ୍ମ ଜୟନ୍ତୀ ଉତ୍ସବ
|
November 15, 2018 |
![](https://sandhannews.com/wp-content/uploads/2018/11/IMG-20181115-WA0002-1.jpg)