ଭୁବନେଶ୍ୱର (ସନ୍ଧାନ ନିଉଜ) ଆଜିକାଲି ଯୁବତୀ ,ମହିଳା ହୁଅନ୍ତୁ ବା ପୁରୁଷ ,ଅନେକଙ୍କ କ୍ଷେତ୍ରରେ କେଶ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ଖୁବ୍ କମ୍ ବୟସରୁ କେଶ ଝଡିବା, କେଶ ଧଳା ଭଳି ଯାବତୀୟ ସମସ୍ୟା ଦେଖା ଦେଉଛି । ଯାହାକୁ ନେଇ ଅଧିକ ଚିନ୍ତାରେ ପଡୁଛନ୍ତି ଯୁବପିଢୀ । ହେଲେ ହୁଏତ ସମସ୍ତଙ୍କୁ ଜଣାନଥିବ ଯେ, କେଶ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ । ତେବେ ଆସନ୍ତୁ ଜାଣିବା କେଶ ପାଇଁ ନିମ୍ବ ପତ୍ରର ଉପକାରୀତା ବିଷୟରେ ଏବଂ ଏହା ଦ୍ୱାରା କିପରି କେଶ ଜନିତ ସମସ୍ୟା ଦୂର ହୋଇ କେଶ ଘନ,ସୁନ୍ଦର ହୋଇ ପାରିବ ।
-ନିମ୍ବ ପତ୍ରକୁ ଧୋଇ ଗୁଣ୍ଡ କରି , ସେଥିରେ ମହୁ ମିଶାଇ କେଶରେ ଲଗାଇ କିଛି ସମୟ ରଖିବା ପରେ, କେଶ ଧୋଇବେ । ମହୁ ବଦଳରେ ନିୟମିତ ବ୍ୟବହାର କରୁଥିବା ତେଲ ମଧ୍ୟ ବ୍ୟବହାର କରି ପାରିବେ । ଏପରି କରିବା ଦ୍ୱାରା କେଶ ଘନ,ସୁନ୍ଦର ହୋଇଥାଏ । କେଶରେ ଚମକ ଆସିଥାଏ । କେବଳ ଏତିକି ନୁହେଁ , କେଶ ଜନିତ ବିଭିନ୍ନ ସମସ୍ୟାକୁ ଏହା ଦୂର କରିଥାଏ ।
-କେଶରେ ପ୍ରାକୃତିକ ମଶ୍ଚରାଇଜର ଏବଂ କେଶକୁ ମଜବୁତ୍ କରିବାରେ ସାହାଯ୍ୟ କରେ କଂଚା ନିମ୍ବ ପତ୍ର । କଂଚା ନିମ୍ବ ପତ୍ରକୁ ଧୋଇ ଗ୍ରାଇଣ୍ଡିଂ କରି , କେଶରେ ଲଗାଇ ୧୦ ରୁ ୧୫ ମିନିଟ ପରେ କେଶ ଧୋଇ ସଫା କରିବେ । ଏପରି କିଛି ଥର କରିବା ପରେ , ଏହା କେତେ ଲାଭଦାୟକ ତାହା ନିଜେ ଅନୁଭବ କରି ପାରିବେ ।


