କେନ୍ଦ୍ରାପଡା, ୨୭/୪(ସନ୍ଧାନ ନିୟୁଜ) : ୨୦୦୪ରେ ଅର୍ଚ୍ଚନା ନାୟକ ବିଜେଡି ଟିକେଟରୁ ଲଢି ଜିତିଥିଲେ । ହେଲେ ୨୦୦୯ରେ ଟିକେଟ ନ’ମିଳିବା ପରେ ଅର୍ଚ୍ଚନା ବିଜେପି ଟିକେଟରେ ଲଢି ପରାସ୍ତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ବୈଜୟନ୍ତ ବିଜେଡି ଟିକେଟରୁ ଲଢି ଜିତିଥିବା ବେଳେ ୨୦୧୯ରେ କିନ୍ତୁ କ୍ୟାମ୍ପ ବଦଳାଇଛନ୍ତି । ଅତୀତରେ ନେତା ଦଳ ବଦଳାଇଥିଲେ ମଧ୍ୟ କର୍ମୀ ଆଭିମୁଖ୍ୟ ବଦଳାଇନଥିବାର ଅନେକ ଉଦାହରଣ ରହିଛି । ସେହି ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ସାମ୍ନାରେ ଆହ୍ୱାନ ଅଧିକ ରହିଛି!!
୧୯୫୭, ୧୯୬୨ ଓ ୧୯୬୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି, ୧୯୭୧ରେ ଉତ୍କଳ କଂଗ୍ରେସ, ୧୯୭୭, ୧୯୮୦, ୧୯୮୪, ୧୯୮୫ରେ ଜନତା ପାର୍ଟି, ୧୯୮୯, ୧୯୯୧, ୧୯୯୬ରେ ଜନତା ଦଳ, ୧୯୯୮ରୁ ଏଯାଏଁ ବିଜେଡି ପ୍ରାର୍ଥୀ ବାଜିମାତ କରି ଆସିଛନ୍ତି । ଏ ତଥ୍ୟ ଗୋଟିଏ ଦିଗ ଦର୍ଶାଉଛି, ଅଣ ବିଜେପି ଓ ଅଣ କଂଗ୍ରେସର ପ୍ରାର୍ଥୀ କେନ୍ଦ୍ରାପଡାରେ ସବୁବେଳେ ଆହ୍ୱାନର ସାମ୍ନା କରନ୍ତି!!
୨୦୧୯ରେ ଯେତେବେଳେ ସ୍ଥିତି ବଦଳିଛି, ଠିକ ସେତିକି ବେଳେ ରାଜନୀତିର ଦୃଶ୍ୟପଟ ବଦଳିବା ସହ ନୂଆ ଇତିହାସ ଲେଖାଯିବ ନା ଅତୀତର ଧାରା ଏଠି ମଧ୍ୟ ଜାରି ରହିବ, ଯାହା ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ, ତା’ଉପରେ ନଜର ରହିଛି । ଯାହା ଉପରେ ରାଜ୍ୟ ରାଜନୀତିର ଦିଗ ଆଉ ଦିଶା ନିର୍ଭର କରିବ!!