ନୂଆଦିଲ୍ଲୀ, ୧୪/୧୦/୨୦୨୧ (ସନ୍ଧାନ ନିଉଜ) : ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ଉପଭୋକ୍ତାଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ଖାଇବା ତେଲ ଉପରୁ କଷ୍ଟମ ଡ୍ୟୁଟି ବା ଆମଦାନୀ ଶ୍ଲୁକ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋୟେଲ । ଆଜି ଠାରୁ କେନ୍ଦ୍ର ସରକାର ପାମ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଭଳି ଖାଇବା ତେଲ ଦର ଉପରେ ଆଜିଠାରୁ ନିୟନ୍ତ୍ରଣ ଲଗାଇବାକୁ ନିଷ୍ପତି ନେଇଛନ୍ତି । ପୁରା ଦେଶରେ ଆଜିଠାରୁ କଷ୍ଟମ ଡ୍ୟୁଟି ହ୍ରାସ କରାଯିବା ସହିତ ଆସନ୍ତା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହି ସବୁ ଖାଇବା ତେଲ ଉପରେ ପ୍ରାୟ ୧୬-୧୯ ପ୍ରତିଶତ ଟ୍ୟାକ୍ସ ହ୍ରାସ କରାଯାଇଥିବା ବେଳେ ଲିଟର ପିଛା ପାଖାପାଖି ୨୦ ଟଙ୍କା ଦର କମିବାର ସମ୍ଭାବନା ରହିଛି । ଗତ କିଛି ମାସ ହେବ ଦେଶରେ ତୈଳ ଦର ବଢି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିରେ ନିହାତି ଭାବରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି, ଶସ୍ତା ହେବ ଖାଇବା ତେଲ ଦର
|
October 14, 2021 |


