କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ଡ୍ରାଇଭର ସମେତ ୨ ଜଣ ଗିରଫ

Spread the love

ବାଲେଶ୍ଵର(ସନ୍ଧାନ ନ୍ୟୁଜ୍)୧୨/୦୭ -: କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କଲା ନୀଳଗିରି ବନବିଭାଗ । ବାଲେଶ୍ଵର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ବାମପଦା ଅଂଚଳରୁ ଚୋରା କେନ୍ଦୁପତ୍ର ବୋଝେଇ ୧୨ ଚକିଆ ଟ୍ରକ ଜବତ କଲା ନୀଳଗିରି ବନବିଭାଗ। ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିବା ଏହି ଟ୍ରକଟି ଗତକାଲି ରାତ୍ରରେ ବିଶେଷ ସୂତ୍ରରୁ ସୂଚନା ପାଇ ନୀଳଗିରି ରେଞ୍ଜର ମନ୍ବର ଖାଁ ବନ କର୍ମଚାରୀଙ୍କୁ ଧରି ରାତିରେ ଜଗି ରହିଥିଲେ। ଭୋର ୪ଟା ସମୟରେ ଅଚାନକ ଚଢ଼ାଉ କରି ଟ୍ରକଟିକୁ ଧରିବାରେ ସଫଳ ହୋଇଥିଲେ। ଡ୍ରାଇଭର ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଗାଡ଼ିରେ ୧୦ ଲକ୍ଷ ଟଙ୍କାର କେନ୍ଦୁପତ୍ର ଥିବା ସୂଚନା ଦେଇଛନ୍ତି ନୀଳଗିରି ରେଞ୍ଜର ଶ୍ରୀ ଖାଁ।

Related Posts

About The Author

Add Comment