କେନ୍ଦୁଝର ଜିଲ୍ଲା ରୁ ଭୁବନେଶ୍ୱର ନବୀନିନିବାସ ପର୍ଯ୍ୟନ୍ତ ପଦଯାତ୍ରା
ଯାଜପୁର, (ସନ୍ଧାନ ନିଉଜ) ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲା ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ବା ସମାଜିକ ଅନୁଷ୍ଠାନମାନେ ମିଶି ଚାରିଗୋଟି ଦାବି ଯଥା-
୧-କେନ୍ଦୁଝର ଜିଲ୍ଲାରେ ଏକ ବୁହାତ ଇସ୍ପାତ କାରଖାନା ସ୍ଥାପନ
୨-ଆନନ୍ଦପୁର ରୁ ଚମ୍ପୁଆକୁ ରେଳ ପଥ ସଂଯୋଗ
୩-୨୦ ନଂ ଜାତିଅରାଜପଥ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରାଯାଉ
୪-OMBADC ପାଣ୍ଠିରୁ ସରକାର ନେଇଥିବା ୧୬,୫୨୬ କୋଟି ଟଙ୍କା ତୁରନ୍ତ ଫେରସ୍ତ କରି ଆମ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ କରାଯାଉ।
ଏହି ମୁଖ୍ୟ ଦାବି ରଖି କେନ୍ଦୁଝର ରୁ ଭୁବନେଶ୍ୱର ଦୀର୍ଘ 150 କିଲୋମିଟର ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ପଦଯାତ୍ରା ଆରମ୍ଭ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପେକ୍ଷିରେ ଧର୍ମଶାଳା କାଏମାର ଅଗ୍ରଣୀ ସ୍ୱାଚ୍ଛ ସେବୀ ଅନୁଷ୍ଠାନ ” ଅସହାୟର ବନ୍ଧୁ” ସେବା ସଂଗଠନ ପକ୍ଷରୁ କେନ୍ଦୁଝର ରୁ ଆସିଥିବା ସାମାଜିକ କର୍ମୀ ବନ୍ଧୁମାଙ୍କୁ ଉତରିଆ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ଓ ତାଙ୍କପାଇଁ ସକାଳ ଜଳଖିଆ ଏବଂ ମଧ୍ୟାନ ଭୋଜନ ର ବନ୍ଦବାସ୍ତ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମା ଧନେଇ ସେବା ସଂଗଠନ ର ସଭାପତି ଧନ୍ୟବାଦ ଅର୍ପଣ କରିଛନ୍ତି।