ନୂଆଦିଲ୍ଲୀ ୨୮/୧୨ (ସନ୍ଧାନ ନିୟୁଜ): ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ବଡ ଧରଣର ସଡକ ଦୁର୍ଘଟଣା । କେନାଲରେ କାର୍ଟି ଖସିପଡିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୂର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ନାବାଳିକା ମଧ୍ୟ ସାମିଲ ଅଛନ୍ତି । ଏହି ଦୂର୍ଘଟଣା ଦନକୋର ଥାନାଅଞ୍ଚଳ ନିକଟରେ ଘଟିଛି। କାର୍ରେ ଯାତ୍ରା କରୁଥିବା ସମସ୍ତେ ସମ୍ଭଳରୁ ଦିଳ୍ଲୀ ଯାଉଥିଲେ । ପୋଲିସ୍ ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ ଏହି ଦୂର୍ଘଟଣା ଘଟିଛି । କାର୍ରେ ପାଖାପାଖି ୧୧ ଲୋକ ଯାତ୍ରା କରୁଥିଲେ ବୋଲି ପୋଲିସ୍ ସୂଚନା ଦେଇଛି ।
କେନାଲ ଭିତରକୁ ଖସିଲା କାର୍, ୬ ମୃତ
|
December 30, 2019 |
![](https://sandhannews.com/wp-content/uploads/2019/12/car.jpg)