ରରୁଆଁ, 04.12.2020 (ଲିଙ୍ଗରାଜ ପଣ୍ଡା): କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ବିଭାଗୀୟ ଅବହେଳା କାରଣରୁ ଚାଷୀମାନେ ବିଭିନ୍ନ ସମୟରେ ହଇରାଣ ହେଉଥିବା ଜଣାପଡ଼ିଛି। ଏମିତି ଏକ ଘଟଣା ଘଟିଛି ମୟରଇଂଜ ଜିଲ୍ଲା ରରୁଆଁ ବ୍ଲରେ ରରୁଆଁ ଅଞ୍ଚଳର ଗରିବ ଚାଷୀ ନିତ୍ୟାନନ୍ଦ ସି ଚାଷ କରିବାକୁ ଏକ ପାଣିପମ୍ଭ ପାଇଁ କୃଷି ବିଭାଗ ପାଖରେ ଆବେଦନ କରିଥିଲେ। କୃଷି ଅଧିକାରୀ ହାଡ଼ିବନ୍ଧୁ ପଣ୍ଡାଙ୍କ ସହ ସେ ଏନେଇ କଥାବାର୍ତ୍ତା ହୋଇଥିଲେ। ଫଳରେ ପାଣିପ ପାଇଁ ନିତ୍ୟାନନ୍ଦଙ୍କ ନାମ ପଞ୍ଜିକରଣ କରାଯାଇଥିଲା। ନିୟମ ଅନୁସାରେ ନିତ୍ୟାନନ୍ଦ ହିରୋହୋଣ୍ଡା କମ୍ପାନିର ଡବ୍ଲ୍ୟୁଏକେ ୨୫୨୦, ଜି-୨୦ ପାଣିପମ୍ପ ପାଇଁ ୨୧,୫୦୦ ଟଙ୍କା ଏବଂ ଆନୁସାଙ୍ଗିକ ଜିନିଷ ପାଇଁ ୨୬୪୬ ଟଙ୍କା ; ମୋଟ ୨୪, ୧୪୬ ଟଙ୍କା ବାରିପଦାର ଜଣେ ସରକାରୀ ଡିଲରଙ୍କୁ ପୈଠ କରିଥିଲେ। ନିତ୍ୟାନନ୍ଦ ୧୧.୧୧.୨୦ରେ ବାରିପଦାସ୍ତ ଉକ୍ତ କମ୍ପାନିର ସୋ’ରୁମକୁ ପାଣିପମ୍ପ ଆଣିବା ପାଇଁ ଯାଇଥିଲେ। ତେବେ ସେଠାରେ ଯାଇ ପଚରାଉଚରା । କରିବାରୁ ଡବ୍ଲ୍ୟୁଏକେ ୨୫୨୦, ଜି ୨୦୦ ପାଣିପମ୍ପ ଡିଲର ପାଖରେ ନଥିଲା ଫଳରେ ସେ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସବୁ କଥା କହିଥିଲେ । ଏମିତି କି କୃଷି ଅଧିକାରୀ ଓ ଡିଲର ଫୋନ୍ରେ କଥାବାର୍ତା କରିଥିଲେ। ହେଲେ ବିଭାଗୀୟ ଖାଲଖିଆଲ ନୀତି ଯୋଗୁ ଡିଲର ଜଣକ ନିତ୍ୟାନନ୍ଦଙ୍କୁ ରାଟେଲ୍ ପାୱାର୍ ୨୨୮, ଡକ୍ୟୁ ୩୬୦୦ଆର୍ପିଏମ୍, ଏସ୍ଏଫ୍ସି ୬୦୪୦-ଜି କେଡବ୍ଲ୍ୟୁଏଚ୍ ମେସିନ୍ ଦେଇଦେଇଥିଲେ । ତେବେ ପଞ୍ଜୀକୃତ ପାଣିପମ୍ପ ଆଣି ନଥିବାରୁ ନିତ୍ୟାନନ୍ଦ ପାଇବାକୁ ଥିବା ୮୦୦ ଟଙ୍କାର ସବ୍ସିଡିରୁ ବଂଚିତ ହୋଇଛନ୍ତି। ସବସିଡି ଟଙ୍କା ପାଇଁ ସେ ବିଭାଗୀୟ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି କିଛି ଫଳ ମିଳିନି। ତେଣୁ ନିଜ ହକ୍ ପାଇବା ପାଇଁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିବା ଜଣାପଡ଼ିଛି । ଏନେଇ କୃଷି ଅଧିକାରୀ ଶ୍ରୀ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଚାଷୀ ପଞ୍ଜିକୃତ ପାଣିପ ଛଡ଼ା ଅନ୍ୟ ପାଣିପମ୍ପ ଆଣିବା ଯୋଗୁ ଏପରି ସ୍ଥିତି ଉପୁଜିଛି । ତେବେ ସମସ୍ୟାର କିପରି ସମାଧାନ ହୋଇପାରିବ, ସେନେଇ ଉଦ୍ୟମ କରିବେ ବୋଲି କହିଛନ୍ତି


