ଭୁବନେଶ୍ୱର,୧୪/୦୪ (ସନ୍ଧାନ ନିୟୁଜ): କରୋନା ମୁକାବିଲା ପାଇଁ ସାରା ଦେୟାସରେ ଲାଗୁ ହୋଇଥିବା ଲକ୍ଡାଉନ୍ କଟକଣା ଆସନ୍ତାକାଲି ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍ ୧୫ ତାରିଖରୁ ରାଜ୍ୟରେ ଲାଗୁହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍। ଏହା ଏପ୍ରିଲ୍ ୩୦ ଯାଏ ଚାଲିବ। ଏହି ସମୟ ମଧ୍ୟରେ କୃଷି କାର୍ଯ୍ୟ ପାଇଁ କିଛି କଟକଣାକୁ କୋହଲ କରାଯାଇଛି। ଏଥିରେ ଚାଷୀମାନଙ୍କୁ ଗୁରୁତ୍ୱ ଦିଆଯାଇଥିବା ଏଲେ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା କୋହଳ କରାଯାଇଛି। ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କେଉଁ ସବୁ କାର୍ଯ୍ୟକୁ ଳକ୍ଡାଉନ୍ କଟକଣାରୁ ବାଦ୍ ଦିଆଯିବ ସେ ନେଇ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଧାନ ବୁଣା, ତଳି ରୁଆ, ଫସଲ ଅମଳ କାର୍ଯ୍ୟକୁ ଅନୁମତି ମିଳିବ। ସେହିପରି ବିହନ ବୁଣା ଓ ବିହନ ପରିବହନ, ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର ଚଲାଇବା, କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର ଖୋଲା ରହିବ, ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ ଓ କୃଷି କାର୍ଯ୍ୟ ପାଇଁ ମୋ ପୋଖରୀ ଖୋଳାରେ ଶ୍ରମିକ ଲାଗି ପାରିବେ। ଏହାଛଡା ଖରିଫ୍ ଋଣ ଯୋଗାଇ ଦେବା ପାଇଁ ସବୁ ବ୍ୟାଙ୍କ କାର୍ଯ୍ୟ କରିବେ, ଅଫିସ୍ ବି ଖୋଲା ରହିବ। ରବି ଧାନ ସଂଗ୍ରହ ପାଇଁ ୧୭/୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ। ଗାଁରୁ ମଣ୍ଡି ଓ ମଣ୍ଡିରୁ ମିଲ୍କୁ ଧାନ ନେବା ପାଇଁ ଟ୍ରକ୍ ଓ ଟ୍ରାକ୍ଟର ଚାଲିପାରିବ। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ। ମାଛ ଖାଦ୍ୟ, ପଶୁ ଖାଦ୍ୟ ଉତ୍ପାଦନ ଓ ପରିବହନ, ଯୋଗାଣ ଚାଲୁ ରହିବ। ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର ଖୋଲା ରହିବ। ପୋଖରୀ ମାଛ ଚାଷ, ମାଛ ଧରା, ସାମୁଦ୍ରିକ ମାଛ ଧରା ମଧ୍ୟ ଚାଲୁ ରହିବ। ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା ଚାଲୁ ରହିବ। ଗୋଶାଳା ଚାଲୁ ରହିବ, ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ଚାଲୁ ରହିବ। ମନରେଗା କାର୍ଯ୍ୟକ୍ରମ ରାଜ୍ୟର ସବୁ ଗ୍ରାମାଞ୍ଚଳରେ ଚାଲୁ ରହିବ। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ କାର୍ଯ୍ୟ ଚାଲୁ ରହିବ। ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିବ। ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ ଚାଲୁ ରହିବ। ବନୀକରଣ ପାଇଁ ନର୍ସରୀ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ କାର୍ଯ୍ୟ କରାଯାଇପାରିବ। କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି କାର୍ଯ୍ୟକ୍ରମ କରାଯାଇପାରିବ। ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ ଚାଲିବ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ କରାଯାଇପାରିବ। ଇ-କମର୍ସ ଜରିଆରେ ସବୁ ଜିନିଷ ଏବେ ଘରକୁ ମଗାଇ ହେବ। ଖାଦ୍ୟ ହୋମ୍ ଡେଲିଭରି ଓ ଢାବା ଚାଲୁ ରହିବ। କିନ୍ତୁ ଢାବାରେ ବସି ଖାଇପାରିବେନି। ଖାଦ୍ୟ ନେଇ ଅନ୍ୟତ୍ର ଖାଇବେ ବୋଲି ଶ୍ରୀ ଜେନା କହିଛନ୍ତି।