କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ
ନୂଆଦିଲ୍ଲୀ ୧୮/୭ (ସନ୍ଧାନ ନିୟୁଜ ): କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି।ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ ଆଦି ଅଭିଯୋଗ ଆଣି ପାକିସ୍ଥାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଆଜି ଏଥିରେ ରୋକ୍ ଲଗାଇଛନ୍ତି।ଆଇସିଜେର ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଭୋଟ୍ ଦେଇଥିଲେ।ଏବେ ଭାରତ କୁଳଭୂଷଣଙ୍କ ପାଇଁ ଆଇନଗତ ଲଢ଼େଇ ମଧ୍ୟ ଲଢ଼ିପାରିବ ବୋଲି କୋର୍ଟ କହିଛନ୍ତି।ହେଗ୍ଠାରେ ଥିବା ଜାତିସଂଘ କୋର୍ଟଠାରେ ଏହି ରାୟ ଶୁଣାଣି କରାଯାଇଥିଲା।ଏହାକୁ ନେଇ ଭାରତୀୟମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ଥାନର ଏକ ବଡ଼ ପରାଜୟ ଏବଂ ଭାରତର ଏକ ବଡ଼ ବିଜୟ ହୋଇପାରିଛି।
Related Posts
About The Author