ସୁନ୍ଦରଗଡ ତା:୨୦/୯/୨୦୨୧(ସନ୍ଧାନ ନିଉଜ/ ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ଆଜି ୭୦ ଲିଟର ଦେଶୀ ମଦ ସହ ତିନି ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ତଲସରା ଥାନାର ସବଇନିସେକ୍ଟର ଯେ.ଏଲ ପାଣ୍ଡେ ଓ ତାଙ୍କ ଟିମ ପେଟ୍ରୋଲିଂ କରୁଥିବା ବେଳେ ଦିନ ସମୟ ୩ଟା ୨୧ମିନିଟ ସମୟରେ ଅଭିଯୁକ୍ତଙ୍କୁ ଧରିଥିଲେ । ଅଭିଯୁକ୍ତଙ୍କ ନାମ ସୁନୀଲ ପାଣ୍ଡେ, ବୁଧୁ ବାର୍ଳା ଓ ସୁଶାନ୍ତ ଟପ୍ପୋ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କୁ କୋଟ ଚାଲାଣ କରିଥିବା ଜଣାପଡ଼ିଛି ।
କୁରୁମକେଲ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ, ୭୦ଲିଟର ଦେଶୀ ମଦ ସହ ତିନିଜଣ ଗିରଫ
|
September 21, 2021 |



