ତିହିଡ଼ି ୧୧/୪/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ର ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ବରିଷ୍ଠ ନେତା ଅଜୟ କୁମାର ନାୟକ ସଭାପତିତ୍ବ କରିଥିଲେ।ବରିଷ୍ଠ ସାମ୍ବାଦିକ ରାମ ନାରାୟଣ ନାୟକ ସଭାକାର୍ଯ୍ୟ କୁ ସଂଚାଲିତ କରିଥଲେ। ଏହି ସ୍ମୁତି ଚାରଣ ସଭା ରେ ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ, ସମାନେ ହେଲେ ଭଦ୍ରକ ର ପୁର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଧାମନଗର ର ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ଶିତଂଶୁ ଶେଖର ମହାପାତ୍ର,ବରିଷ୍ଠ ନେତା ଦିନବନ୍ଧୁ ପତି,ପାଳିଆ ବିନ୍ଧା କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ପରିଡ଼ା, ପୁର୍ବତନ ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ, ହୃଦାନନ୍ଦପାଣିଗ୍ରାହୀ, କମଳା କାନ୍ତ ସ୍ବାଇଁ, କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ,ସମାଜସେବୀ ସରୋଜ କୁମାର ଦାସ, ବିଜେପି ଯୁବ ନେତା ଶ୍ରୀଯୁକ୍ତ ପ୍ରଶାନ୍ତ ପଲେଇ, ତିହିଡ଼ି ବ୍ଲକ ର ପୁର୍ବତନ ଅଧକ୍ଷା ବିଦ୍ୟୁତ୍ ଲତା ନାୟକ,ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ପ୍ରଦୀପ କୁମାର ପଣ୍ଡା, ଧାମନଗର ର ଟାଣୁଆ ନେତା ଅଶୋକ କୁମାର ନାୟକ, ପାଳିଆ ବିନ୍ଧା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ, ବସନ୍ତ କୁମାର ନାୟକ ଙ୍କ ସହପାଠୀ ନିରଞ୍ଜନ ପାଢ଼ୀ,ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବସନ୍ତ କୁମାର ନାୟକ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥଲେ। ବସନ୍ତ କୁମାର ନାୟକ ଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା, ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ। କଥାକାର ନିରଞ୍ଜନ ପାଢ଼ୀ ତାଙ୍କ ଭାଷା ରେ ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କୁ ଏକ ମନ୍ତ୍ରି ଭାବେ ଦେଖିବେ ବୋଲି ଭାବି ଥିଲେ, ତାଙ୍କ ଆଶା ପୂରଣ ହେଲା ନାହିଁ। ସମସ୍ତ ଅତିଥି ସ୍ବର୍ଗତ ବସନ୍ତ କୁମାର ଙ୍କୁ ନିଜ ବଡ଼ଭାଇ ବୋଲି ସମ୍ବୋଧନ କରି ଥିଲେ। ସ୍କୁଲ, କଲେଜ, ଓ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବସନ୍ତ କୁମାର ନାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥଲେ। ସାନପୁଅ ସୁଧନ୍ବା ନାୟକ, ବୋହୂ ଶ୍ରୀମତୀ ଅର୍ଚ୍ଚନା ବାପା ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥଲେ ତାଙ୍କ ପରିବାର ଲୋକେ ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥଲେ ପ୍ରାୟ ପାଞ୍ଚ ହଜାର ଲୋକ ଏହି ସ୍ମୁତି ଚାରଣ ସଭା ରେ ଯୋଗଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁନ ସନ୍ଧାନ।
କୁଣ୍ଡି କଟକର ବାଈ ମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ।
|
April 11, 2026 |



