“କି ହିନ୍ଦୁ କି ମୁସଲମାନ,ଆମେ ସମସ୍ତେ ଭାରତମାତା ର ସନ୍ତାନ”
“କି ହିନ୍ଦୁ କି ମୁସଲମାନ,ଆମେ ସମସ୍ତେ ଭାରତମାତା ର ସନ୍ତାନ”
Sandhan News |
January 5, 2020 |

ଇଦ୍ ର ପାର୍ଟି ରେ ପ୍ରାୟ ସମସ୍ତ ମେହମାନ୍ ଆସି ପହଞ୍ଚିସାରିଥିଲେ ବି ରିୟାଜ୍ ଭାରି ବ୍ୟସ୍ତ ଜଣା ପଡୁଥିଲା। ଯେମିତି ସେ କାହାକୁ ବହୁ ସମୟ ଧରି ଅପେକ୍ଷା କରିଛି। ତାଙ୍କର ବେଟା ରେହାନ୍ ଆସି ଦୁଇ ଦୁଇ ଥର ଡାକିଲାଣି ଅବ୍ବା ଆସନା ପାର୍ଟି ଶୁରୁ ହେଲାଣି। ରିୟାଜ କହିଲା ବେଟା ଟିକେ ରୁକ୍ ଜା ପଣ୍ଡିତ୍ ରାମ୍ ଜୀ ଆସୁଥିବେ। ରୁକ ସାନା ବି କହିଲା ଆଉ କେତେ ଇନ୍ତେଜାର କରିବ ସେ ପରା ଜଣେ ହିନ୍ଦୁ ପୁଣି ପଣ୍ଡିତ୍ ସେ କଣ ଏଠିକି ଆସିବେ। ସେ ହିନ୍ଦୁ ହେଲେ କଣ ହେଲା ସେ ଜଣେ ସଚ୍ଚା ଇଂସାନ୍ ସେ ଜରୁର୍ ଆସିବେ କହି ରିୟାଜ ପଣ୍ଡିତ ରାମଚନ୍ଦ୍ର ମିଶ୍ରଙ୍କ ବିଷୟରେ କହିବାକୁ ଲାଗିଲା।
“ରମଜାନ ର ଆଖରୀ ଦିନ ରେ ଯେବେ ମୁଁ ନୁଆ ପୋଷାକ ଆଉ ସାମାନ୍ କିଣି ଫେରୁଥିଲି,ରୋଜା ଆଉ ଏ ଗର୍ମ୍ମୀ ମୁଁ ପୁରା ଥକିପଡିଥିଲି। ପାଦ ପୁରା ଅଟକିଯାଉଥିଲା ଇଫତାର୍ ର ୱକ୍ତ ବି ହୋଇସାରିଥିଲା,ସାମ୍ନାରେ ଥିବା ଘରକୁ ଯାଇ ଭାବିଲି ଟିକେ ପାଣି ମାଗି ରୋଜା ଭାଙ୍ଗିବି। ମୁଁ ଯେତେବେଳେ ସେଠି ପହଞ୍ଚିଲି ଦେଖିଲି ପଣ୍ଡିତଜୀ ସନ୍ଧ୍ୟା ଆରତୀ ପାଇଁ ପ୍ରସ୍ତୁତ ହେଉଥିଲେ। ମୁଁ ସେସବୁ ଦେଖି ଫେରିବାକୁ ଲାଗିଲି ପଣ୍ଡିତଜୀ ମୋତେ ଡାକି ଘରକୁ ନେଲେ ଆଉ ଆରତୀ କରିବାକୁ ଚାଲିଗଲେ। ମୋତେ ଭାରି ପରେଶାନ୍ ଲାଗୁଥାଏ, କିଛି ସମୟ ପରେ ଭାବିଜୀ ସରବତ ଆଉ କିଛି ପକୋଡା ଆଣି ଦେଲେ ଆଉ କହିଲେ ଭାଇଜାନ୍ ଏବେ ଆପଣଙ୍କ ରୋଜା ଭାଙ୍ଗନ୍ତୁ। ମୁଁ ଆଶ୍ଚର୍ଯ୍ୟ ହେବା ଦେଖି ଭାବିଜୀ କହିଲେ ଡେରି କାଇଁ କରୁଛନ୍ତି ଆମର ତ ଭାଗ୍ୟର କଥା ଆମ ଘରେ ଜଣେ ରୋଜା ଭାଙ୍ଗିବେ। ମୁଁ ଏପଟେ ଇଫତାରର ଦୁଆ ପଢୁଥାଏ ଆଉ ସେପଟେ ପଣ୍ଡିତଜୀ ମନ୍ତ୍ର। ରୋଜା ଭାଙ୍ଗିବା ପରେ ପଣ୍ଡିତଜୀ ଆଉ ଭାବିଜୀ ଙ୍କୁ ନ୍ୟୋତା ଦେଇ ଆସିଛି।”
ଏହି ସମୟରେ ପଣ୍ଡିତ ଆଉ ତାଙ୍କ ପତ୍ନୀ ଆସି ପହଞ୍ଚିଯାଇଛନ୍ତି। ରୁକସାନା ବେଗମ ପଣ୍ଡିତଙ୍କୁ ଦେଖି କହିଛନ୍ତି ଆପଣ ଆସିବେ ବୋଲି ମୁଁ କେବେ ବିଶ୍ୱାସ କରିନଥିଲି। ପଣ୍ଡିତଜୀ ହସି ହସି କହିଛନ୍ତି ଆସିବିନି କେମିତି ଭାଉଜ “କି ହିନ୍ଦୁ କି ମୁସଲମାନ,ଆମେ ସମସ୍ତେ ଭାରତମାତା ର ସନ୍ତାନ”
A P ଶୁଭକାନ୍ତ
Related Posts
About The Author