ବାଲେଶ୍ୱର ୨୩/୭(ଲିଙ୍ଗରାଜ ପଣ୍ଡା);- ନୀଳଗିରି ଠାକୁରମାହାଲ ଅଫିସ ଆଗରେ ଥିବା ୩ଟି ଗଛ ସ୍ୱଷ୍ଟ ଦିବାଲøାକରେ କଟାଯିବା ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଉପରିକି ନିକଟସ୍ଥ ପାଠାଗାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା । ପୋଲିସ କାଠ କଟାଳିକୁ ଧରି ତଦନ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବା କିମ୍ବା ମାମଲା ରୁଜୁ ନକରିବା ନେଇ ପ୍ରଶ୍ନ ଉଠିଛି । ସେହିପରି ନୀଳଗିରି ଠାକୁର ମାହାଲ ତରଫରୁ ଘଟଣାକୁ ନେଇ ଜାଗା ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହା ଯାଇଥିଲେ ମଧ୍ୟ ହାତଇପରେ ହାତ ଦେଇ ବସିଛି ପୋଲିସ । ନୀଳଗିରି ଠାକୁରମାହଲ ସର୍ବଦା ବିବାଦ ଘେରରେ ରହୁଛି । ଠାକୁର ମାହାଲ ଆଗରେ ଥିବା ୩ଟି ଗଛ ମାସେ ପୂର୍ବରୁ ସ୍ପଷ୍ଟ ବିଲୋକରେ କାଟି କାଠ ଗଣ୍ଡିକୁ ଠାକୁରମାହଲ ବାଡିରେ ପକାଇବା ଘଟଣା ଦେଖିବାକୁ ମିଳିଥିଲା । ବଉଳ,କୃଷ୍ଣଚୂଡା ଗଛ କାଟିବା ନେଇ ନୀଳଗିରି ପାଠାଗାର ପକ୍ଷରୁ ଲିଖିତ ଅଭିଯୋଗ ଥାନାରେ ଦିଆଯାଇଥିଲା । ପରେ ଏସଆଇ ବାସୁଦେବ ଜୟସିଂ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଘାଟଘରସାହି ଅଂଚଳରୁ ଗଛ କଟାଳିକୁ ପୋଲିସ ଧରିଥିଲା । ପଚରାଉଚରା ବେଳେ ଠାକୁରମାହାଲ ପିଅନ ୧୨୦୦ ଟଙ୍କା ଦେଇଥରଲେ ଏବଂ ଓାଇଲ୍ଫ ଲାଇଫ ଓାଡେନ୍ ପ୍ରକାଶ ମର୍ଦ୍ଦରାଜ ତାଙ୍କୁ ଗଛ କାଟିବାକୁ ନିଦେ୍ର୍ଦଶ ଦେଇଥିବା କହିଥିଲେ । ପରେ ଦୁଇ ଜଣଙ୍କୁ ପୋଲିସ ଥାନାକୁ ଡକାଇ ଅଧିକ ପଚରାଇଚରା କରିଥିଲେ । ହେଲେ ମାମଲା ରୁଜୁ ହେବା ତ ଦୁରର କଥା ; ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ଅଭିଯୋଗ ଉଠିଛି । ସେପଟେ ଠାକୁରମହଲ ମ୍ୟାନେଜିଂ ଟ୍ରଷ୍ଟି ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଘଟଣାକୁ ନେଇ ତହସିଲଦାରଙ୍କୁ ଜାଗା ଚିହ୍ନଟ ନେଇ ନିଦେ୍ର୍ଦଶ ଦେବା ସହ ଆବଶ୍ୟକ ପଡିଲେ ଠାକୁରମାହାଲ ପକ୍ଷରୁ ଥାନାରେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଥିଲେ । ହେଲେ ସେ ମଧ୍ୟ ଚୁପ୍ ରହିଯିବାରୁ ଗଛ କଟା ଘଟଣା ଫାଇଲ୍ ତଳେ ଚାପିଯିବା ଆଶଙ୍କା ଘାରିଛି । ନୀଳଗିରି ବନ ବିଭାଗ କେଇ ଖଣ୍ଡକାଠ ଗଣ୍ଡି ଜବଦ କରି ନିଜର କର୍ତବ୍ୟ ସାରି ଦେଇଛନ୍ତି । ହେଲେ ବିଭାଗ ପକ୍ଷରୁ ମାମାଲା ରୁଜୁ ହେଲା ନାହିଁ । ଜଙ୍ଗଲରେ କୋଦାଳ ବେଣ୍ଟ ପାଇଁ ଡାଳ କାଟିଲେ ବନବିଭାଗ ଜେଲ ରାସ୍ତା ଦେଖାଉଥିବା ବେଳେ ଓାଇଲ୍ସ ଲାଇଫ ଓାଡେନ୍ଙ୍କ ହାତ ହାତ ଥିବା ଅଭିଯୋଗ ଉଠିଥିଲେ ମଧ୍ୟ ବନବିଭାଗ କାହା ଚାପରେ ଚୁପ୍ ରହିଗଲେ ; ଏନେଇ ନାନା କଥା ଶୁଣିବାକୁ ମିଳୁଛି । ଗଛକଟା ଘଟଣାକୁ ମାସେ ବିତିଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଟାନ ନହେବାରି ଆଗକୁ ଏକ ଆନେ୍ଦାଳନର ଦାନା ବାନ୍ଧୁଥିବା ସୂଚନା ମିଳିଛି । ଘଟଣାକୁ ନେଇ ନୀଳଗିରି ଆଇଆଇସି ମିନତି ବିଶ୍ୱାଳଙ୍କ ମତାମତ ନେବାରୁ ସେ ଘତଣାର ପ୍ରାଥମିକ ତଦନ୍ତ କରିଥିଲେ । ଅଟକ ବ୍ୟକ୍ତି ଜଣକ ଠାକୁରମାହାଲ ପିଅନ କଥାରେ ଟଙ୍କା ନେଇ ଗଛ କାଟିଥିବା କହିଥିଲେ । ତେବେ ବନବିଭାଗ କାଠଗଣ୍ଡି ଜବତ କରିଥିବାରୁ ମାମଲା ଦାୟଦ ଦାୟିତ୍ୱ ସେହି ବିଭାଗର । ତେଣୁ ଆମ ପକ୍ଷରୁ ମାମଲା ରୁଜୁ ହୋଇନଥିବା କହିଛନ୍ତି । ପ୍ରଶାସନ ।ପରେ ଏବେ ଭରସା ତୁଟିଲା ବୋଲି ଲୋକେ କହୁଛନ୍ତି ।




