କାର୍ଯ୍ୟରେ ଯୋଗଦେଲେ ବହିସ୍କୃତ ଗ୍ରାମ୍ୟ ରୋଜଗାର ସେବକ

Spread the love

ଯାଜପୁର, ୪/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ୧୫ ନଭେମ୍ବର,୨୦୧୮ ଠାରୁ ସମଗ୍ର ରାଜ୍ୟରେ ଗ୍ରାମ ରୋଜଗାର ସେବକ(ଜିଆରଏସ) ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯାଇଆସୁଥିଲା । ଜିଆରଏସମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆନେ୍ଦାଳନ ଜାରି ରହିଥିଲା । ସରକାର ଓ ସଂଘ ମଧ୍ୟରେ ରୁଦ୍ଧଦ୍ୱାରା ବୈଠକରେ ଆଲୋଚନା ସଫଳ ହେବା ପରେ ରବିବାର ଦିନ ବହିସ୍କୃତ ଜିଆରଏସ ମାନେ ଯାଜପୁର ଜିଲା ପ୍ରକଳ୍ପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି । ଏ ଦିଗରେ ପ୍ରକଳ୍ପ ନିଦେ୍ର୍ଦଶକ, ବିଡିଓଙ୍କୁ ଅବଗତ କରାଇବା ପରେ ସେବିକାସେବକମାନେ ସଂପୃକ୍ତ ପଂଚାୟତରେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।
ପ୍ରାପ୍ତସୂଚନାରୁ ଜଣାଯାଏ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା-୪୭୭୪/ତା-୦୨/୦୩/୨୦୧୯ରେ ଜିଲାର ଜିଲାପାଳ, ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ଚିଠି ଜରିଆରେ ବହିସ୍କୃତ ଜିଆରଏସମାନଙ୍କୁ ପୁନଃର୍ବାର କାର୍ଯ୍ୟ କରିବାର ସୁଯୋଗ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ସଂଘ ପକ୍ଷରୁ ୧୦୭ଦିନ ଆନେ୍ଦାଳନରେ ଜଡିତ ଥିବା ଜିଲାର ୧୯୦ଜଣ ସେବିକା ସେବକଙ୍କୁ ଜିଲାପାଳ କାର୍ଯ୍ୟରୁ ବିଦା କରିଦେଇଥିଲେ । ଏ ନେଇ ଉଚ୍ଚସ୍ତରୀୟ ଆଲୋଚନା ପରେ କାର୍ଯ୍ୟରେ ଯୋଗଦେବାକୁ ଚାହୁଁଥିବା ଜିଆରଏସ ମାନଙ୍କୁ ସୁଯୋଗ ଦେବାକୁ କୁହାଯାଇଛି । ତେବେ ଆନେ୍ଦାଳନ ସମୟରେ ବହିସ୍କୃତ ସେବିକା ସେବକମାନେ କୌଣସି ଅପରାଧିକ ମାମଲାରେ ଜଡିତ ନଥିବେ । ଜିଆରଏସମାନଙ୍କର ଆନେ୍ଦାଳ ସମୟକୁ ନୋ ୱାର୍କ ନୋ ପେ ଭାବରେ ବିବେଚନା କରାଯିବ । ଏଥିସହ ପଦୋନ୍ନତି ବେଳେ ଆନେ୍ଦାଳନ ସମୟକୁ ବରିଷ୍ଠତାରୁ ବାଦ ଦିଆଯିବା ଭଳି ସର୍ତ୍ତ ରଖାଯାଇଛି । ତେବେ ଚଳିତ ସାଧାରଣ ନିର୍ବାଚନ ପରେ ଜିଆରଏସମାନଙ୍କ ଦାବିକୁ ପୂରଣ କରାଯିବ ବୋଲି ସରକାର ପ୍ରତିଶ୍ରୃତି ଦେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଓ ଜନସାଧାରଣଙ୍କ ସମସ୍ୟାକୁ ବିଚାରକୁ ନେଇ ସଂଘ ଏଭଳି ପଦକ୍ଷେପ ନେଇଛି ବୋଲି କୁହାଯାଉଛି ।

Related Posts

About The Author

Add Comment