ରାଉରକେଲା, ୨୯/୦୭/୨୦୨୦ (ସନ୍ଧାନ ନିଉଜ): ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲୁଥିବା ବେଳେ, ଅସ୍ୱଚ୍ଛ ପରିବେଶରେ ଗତି କରୁଛି ସାରନଗରୀର ସୁପର ମାର୍କେଟ ଅଂଚଳ । ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ସୁପର ମାର୍କେଟ ନିକଟରେ ରହିଛି ଏକ ଶୌଚାଳୟ ।ମାତ୍ର ଏହି ଶୌଚାଳୟ କେବେ ସର୍ବସାଧାରଣ ପାଇଁ ଖୋଲିବା ଦେଖିବାକୁ ମିଳେନାହିଁ । ଏହି ଶୌଚାଳୟରେ ସବୁବେଳେ ତାଲା ଝୁଲି ରହିଥିବା ସୁପର ମାର୍କେଟର କିଛି ଦୋକାନୀ ଓ ସୁପର ମାର୍କେଟକୁ ଆସୁଥିବା ଗ୍ରାହକ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଶୌଚାଳୟ ବନ୍ଦ ହେବା କାରଣରୁ ଗ୍ରାହକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷ କରି ମହିଳା ଗ୍ରାହକ ମାନଙ୍କୁ ବହୁ ଅସୁବିଧାର ଶୀକାର ହେବାକୁ ପଡୁଛି । ଶୌଚାଳୟ ବନ୍ଦ ଯୋଗୁ ବ୍ୟକ୍ତି ମାନେ ମାର୍କେଟର ଏଣେତେଣେ ଖୋଲାରେ ପରିସ୍ରା କରିବା ଯୋଗୁ ସମଗ୍ର ମାର୍କେଟରେ ଏକ ପ୍ରକାର ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ଏହି ଶୌଚାଳୟ ବନ୍ଦ ହେବାର କାରଣ କର୍ମଚାରୀ ଅଭାବ ବୋଲି କିଛି ବ୍ୟକ୍ତିଙ୍କ ପକ୍ଷରୁ କୁହାଯାଉଛି । ବନ୍ଦ ରହିଥିବା ଏହି ଶୌଚାଳୟକୁ ତୁରନ୍ତ ଖୋଲିବାକୁ ସାଧାରଣରେ ଦାବି ଜୋର ଧରିଛି ।
କାମରେ ଲାଗୁନି ଶୌଚାଳୟ!
|
July 29, 2020 |