କଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

Spread the love

ନୂଆଦିଲ୍ଲୀ,୨୨/୦୨(ସନ୍ଧାନ ନୟୁଜ) : ପୁଲ୍‌ଓ୍ଵାମା ଆକ୍ରମଣ ପରେ କଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟନାକୁ ରୋକିବା ଲାଗି ନିଆ ଯାଉଥିବା ପଦକ୍ଷେପ ସଂକ୍ରାନ୍ତ ଆବେଦନର ଶୁଣାଣି କରି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଓ ୧୧ଟି ରାଜ୍ୟ ସରକାରଙ୍କୁ ଏକ ନୋଟିସ୍‌ ଜାରି କରିଛନ୍ତି।

କଶ୍ମୀରୀ ଏବଂ ଅନ୍ୟନ୍ୟା ସଂଖ୍ୟା ଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଘଟନାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୧ଟି ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ଭିଡ଼ ହତ୍ୟା ମାମଲା ନିମନ୍ତେ ପୂର୍ବରୁ ନିଯୁକ୍ତ ନୋଡାଲ୍‌ ଅଧିକାରୀମାନେ ପୁଲ୍‌ଓ୍ଵାମା ଆକ୍ରମଣ ପରେ କଶ୍ମୀରୀ ଛାତ୍ରଛାତ୍ରୀମାନଙ୍କ ଉପରେ ହେଉଥିବା ଆକ୍ରମଣ କଥା ବୁଝାବୁଝି କରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏଲ୍‌ଏନ୍‌ ରାଓ ଏବଂ ସଞ୍ଜିବ ଖାନ୍ନାଙ୍କ ଖଣ୍ଡପୀଠ ଗୁରୁବାର ଦିନ ବରିଷ୍ଠ ଆଡ୍‌ଭୋକେଟ୍‌ କଲିନ୍‌ ଗନ୍‌ସାଲ୍‌ଭିସ୍‌ କରିଥିବା ଆବେଦନ ଉପରେ ଦୃଷ୍ଟିପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ସହ ସଂଶ୍ଳିଷ୍ଟ ଥିବାରୁ ଆବେଦନର ତୁରନ୍ତ ଶୁଣାଣି କରାଯାଉ ବୋଲି ସେ ଲେଖିଥିଲେ।

ପିଟିସନ୍‌ର୍‌ ତାରିକ୍‌ ଆଦୀବଙ୍କ ତରଫରୁ ଗନ୍‌ସାଲ୍‌ଭିସ୍‌ ଆବେଦନ ଫାଇଲ୍‌ କରିଥିଲେ।

Related Posts

About The Author

Add Comment