ଢେଙ୍କାନାଳ/୦୭/୦୯/(ସନ୍ଧାନ ନିୟୁଜ) ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ ଲହଡା ସ୍ଥିତ କଳା ମୁଗୁନି ପଥର ଖଣିରେ ଶ୍ରମିକ ମୃତ।ଖଣିରେ ଡ୍ରିଲ କରୁଥିବା ସମୟରେ ଡ୍ରିଲ ବିଟ୍ ଭାଙ୍ଗି ପେଟରେ ପଶିଯିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇଛି।ମୃତ ଶ୍ରମିକ ଜଣଙ୍କ ନିକଟସ୍ଥ ବାଲିକିଆରିଆ ଗ୍ରାମର ପାଣ୍ଡୁ ତିରିଆ ବୋଲି ଜଣାପଡିଛି।ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ବେଳେ ମାଫିଆ ମାନେ ବେଆଇନ ଭାବେ ଦୀର୍ଘ ଦିନ ଧରି ଖଣିରେ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରି ଆସୁଥିଲେ।ଖଣିରେ ନିହଲପ୍ରସାଦ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତଦେହକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



