କଲରା ପତରିଆ ବାଘ ଚମଡ଼ା ଜବତ, ମାମଲାରେ ୩ ଅଭିଯୁକ୍ତକୁ କୋର୍ଟ ଚାଲାଣ

Spread the love

ବୌଦ୍ଧ ୧୭/୧୨/୨୫ (ସନ୍ଧାନ ନ୍ୟୁଜ ): କଲରା ପତରିଆ ବାଘ ଚମଡ଼ା ଜବତ, ମାମଲାରେ ୩ ଅଭିଯୁକ୍ତକୁ କୋର୍ଟ ଚାଲାଣ |  ମଙ୍ଗଳବାର ସନ୍ଧ୍ୟା ସମୟରେ ବୌଦ୍ଧ ମାଧପୁର ରେଞ୍ଜ ପକ୍ଷରୁ ବଦଲା ନିକଟରୁ କଲରା ପତରିଆ ବାଘ ଚମଡ଼ା ଜବତ ମାମଲାରେ 3 ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି |  ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ସ୍ଥିତ ବନ ବିଭାଗର ଭିଜିଲାନ୍ସ ଟିମ ଜେଟିଏଫ ଓ ମାଧପୁର ରେଞ୍ଜ ପକ୍ଷରୁ ବଦଲା ନିକଟରେ ଚଢାଉ କରିଥିଲା l ସେଠାରୁ ଗୋଟିଏ କଲରା ପତରିଆ ବାଘ ଚମଡ଼ା ସହ ଜୟ ନାୟକ ନାମକ ଜଣେ ଶିକାରୀକୁ ଗିରଫ କରିଥିଲା l କାରବାରରେ ସମ୍ପୃକ୍ତ ବାରିଙ୍ଗ ଗ୍ରାମର ପ୍ରେମ୍ କୁମାର ଦୀପ ଓ କଲୋନୀ ସାହିର ବିଶିକେଶନ କନ୍ହରଙ୍କୁ ମଧ୍ୟ ଗିରଫ କରାଯାଇଛି l ତିନି ଅଭିଯୁକ୍ତକୁ ନାମରେ ମାମଲା ରୁଜୁ କରି ଆଜି ସମସ୍ତ 3 ଅଭିଯୁକ୍ତକୁ ଚାରିଛକ ଆଣି ଜେଏମଏଫସିଙ୍କ କୋର୍ଟରେ ହାଜର କରା ଯାଇଥିଲା l

Related Posts

About The Author

Add Comment