ବାରି ପଦା,୨୨/୧୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା); ଦୀର୍ଘ ୨୯ଦିନ ଧରି କରୋନା ସହ ଲଢେଇ ଜାରି ରଖିଥିବା ବେଳେ ଶେଷରେ ହାରି ଗଲେ ସୁବ୍ରତ କୁମାର ଭୂୟାଁ । ପିଆରଏମ୍ ମେଡିକାଲ କଲେଜ ଚକ୍ଷୁ ଚିକିତ୍ସା ବିଭାଗର ସହକାରୀ ତଥା ରଙ୍ଗା ମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚକ୍ଷୁ ଚିକିତ୍ସା ସହକାରୀ ସୁବ୍ରତ କୁମାର ଭୂୟାଁଙ୍କର ଗତ ୨୧ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଏକ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ବର୍ଷ ହୋଇଥିଲା । ସୁବ୍ରତ ଜଣେ ସରଳ ତଥା ଅମାୟିକ ଭଦ୍ର ଲୋକ ଥିଲେ । ପିଆରଏମ୍ ମେଡିକାଲ କଲେଜର ଚକ୍ଷୁ ବିଭାଗରେ ସମସ୍ତ ସହକର୍ମୀ ଏବଂ ଡାକ୍ତରଙ୍କ ସହ ତାଙ୍କର ମଧୁର ସଂପର୍କ ଥୁଲା । ରୋଗୀଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଯୋଗୁଁ ସେ ସାଧାରଣରେ ମଧ୍ୟ ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ । ଗତ ସପ୍ଟେମ୍ବର ମାସ ୨୨ରେ ସେ କରୋନା ପଜିଟିଭ ଜଣା ପଡ଼ିବା ପରେ ୨୫ତାରିଖରେ ତାଙ୍କୁ ଭୁବନେଶ କୁ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । ତାଙ୍କର ଗୋଟିଏ ଝିଅ ବିଟେକ କରି ସାରିଥିବା ବେଳେ ଏକମାତ୍ର ପୁଅ କଟକସ୍ଥିତ ଏସ୍ସିବିରେ ମେଡିକାଲ ଅଧ୍ୟୟନ କରୁଛନ୍ତି । ସୁ ବ୍ରତଙ୍କ ମୃତୁରେ ପି ଆର ଏ ମୁଁ ମେଡିକାଲ କଲେଜ ହସ୍ପିଟାଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସୁବ୍ରତଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପିଆରଏମ୍ ମେଡିକାଲ କଲେଜର ଚକ୍ଷୁ ବିଭାଗ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ଚକ୍ଷୁ ବିଭାଗ ମୁଖ୍ୟ ଆସୋସିଏଟ ପ୍ରଫେସର ଡା ସୁଚିତ୍ରା ପାଣିଗ୍ରାହୀ, ଆସିଷ୍ଟାଣ୍ଡ ପ୍ରଫେସର ଡା. ସ୍ଵାମୟୀ ବାସ୍କ, ସିନିୟର ରେସିଡେଣ୍ଟ ଡା ବିଦିଶା ମହାପାତ୍ର, ଜୁନିୟର ରେସିଡେଣ୍ଟ ଡାକ୍ତର ରଞ୍ଜୁଲତା ମହାନ୍ତି, ଚକ୍ଷୁ ବିଶେଷଜ୍ଞ ଡା ମିତା ମିଶ୍ର, ଚକ୍ଷୁ ଚିକିତ୍ସା ସହକାରୀ ସୁଶାନ୍ତ ଶର୍ମା, ହରିଶ୍ଚନ୍ଦ୍ର ଗିରି, ଜୟନ୍ତୀ ସୁର, ଜ୍ୟୋତ୍ସନା ସ୍ବାଇଁ ଙ୍କ ସମେତ ଚକ୍ଷୁ ବିଭାଗର ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ ସୁମତୀ ମୋଦି, ଲକ୍ଷ୍ମୀ ମଣି ବାୱେ, ଲକ୍ଷ୍ମୀ କମିଳା, ସୁକାନ୍ତି ରଣା, ଭାନୁପ୍ରିୟା ମହାନ୍ତ, ଲକ୍ଷ୍ମୀ ମଣି ମହାନ୍ତ, ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତଃ ସୁବ୍ରତ କୁମାର ଭୂୟାଁଙ୍କ ଅମର ଆତ୍ମାର ସଦଗତି ପାଇଁ ପରମାତ୍ମାଙ୍କ ନିକଟରେ ୨ ମିନିଟ୍ ନିରବ ପ୍ରାର୍ଥନା କରିଛନ୍ତି ।
କରୋନାରେ ପିଆରଏମ୍ ଚକ୍ଷୁବିଭାଗର ଆସିଷ୍ଟାଣ୍ଡଙ୍କ ମୃତ୍ୟୁ
|
October 23, 2020 |


