ରାଉରକେଲା, ୨୫/୦୭/୨୦ (ସନ୍ଧାନ ନିଉଜ) : କରୋନାରେ ଆକ୍ରାନ୍ତ ହୋଇ ଦକ୍ଷିଣ ରାଉରକେଲା ନବକୃଷ୍ଣନଗର ଅଂଚଳରେ ରହୁଥିବା ଜଣେ ଯୁବକଙ୍କ କଲିକତାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି । ଜୀବନ ଜୀବିକା ପାଇଁ କୋଲକତାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ୪୧ ବର୍ଷିୟ ଯୁବକ ଅନନ୍ତ କୁମାର ଭୋଳ । ବର୍ଷ ତମାମ ସବୁ କିଛି ଠିକଠାକ ଚାଳୁଥିଲା, ମାତ୍ର କରୋନା ରୂପୀ କାଳ ରାକ୍ଷସ ତାଙ୍କୁ ଗ୍ରାସ କରିବା ପରେ ଶେଷରେ କୋଲକାତାରେ ଉଡ଼ି ଯାଇଥିଲା ତାଙ୍କ ପ୍ରାଣବାୟୁ । ୪ ଦିନ ଅନନ୍ତଙ୍କ ଶବ ମର୍ଗ ହାଉସରେ ପଡ଼ି ରହିଥିଲା । ପରେ ପରିବାରର ଅନୁରୋଧ କ୍ରମେ ରାଉରକେଲା ପ୍ରଶାସନର ଘଟଣାରେ ହସ୍ତକ୍ଷେପ କରିଥିଲା । ଆଜି ଶନିବାର କୋଲକତା ପ୍ରଶାସନ ସହାୟତାରେ ଯୁବକଙ୍କ ଶବ ସତ୍କାର କରାଯିବ । ଏହି ଘଟଣାରେ ମା’ ମାଧବୀଲତା, ମୃତ ଅନନ୍ତଙ୍କ ପତ୍ନୀ ଜୟଶ୍ରୀ. ବାପା ବିଜୟ ଭୋଳ ହୋଇ ପଡ଼ିଛନ୍ତି ମୂକ । ଏହି ଦୁଃଖଦ ଘଟଣା ସମଗ୍ର ଦକ୍ଷିଣ ରାଉରକେଲାରେ ଶୋକର ଲହରୀ ଖେଳାଇ ଦେଇଛି ।
କରୋନାରେ କଲିକତାରେ ରାଉରକେଲା ଯୁବକଙ୍କ ମୃତ୍ୟୁ
|
July 25, 2020 |
