କରୋନାକବଳରେ ବଡ଼ସହିଥାନ: ପୁଣି ଜଣେ ଅଫିସର ସଂକ୍ରମିତ

Spread the love

ବଡ଼ସାହି, ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- କରୋନା ସଂକ୍ରମଣ ଥମିବାରେ ନାମ ନେଉନି ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ । ରବିବାର ବୁକରୁ ପୁଣି ୨୫ଜଣ କରୋନା ସଂକ୍ରମିତ , ଚିହ୍ନଟ ହେବା ଫଳରେ ବ୍ଲକର ମୋଟି ସଂକ୍ରମିତଙ୍କ ସଂଖ୍ୟା ୫୭୭ରେ ପହଞ୍ଚିଛି । ଯାହାକି ଅଦ୍ୟାବଧୁ ମୟୁରଭଞ୍ଜ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ତାଲିକାରେ ବ୍ଲକୱାରୀ ସଂଖ୍ୟାରେ ସର୍ବାଧୂକ । ଆଜିର ୨୫ଜଣ ସଂକ୍ରମିତଙ୍କ ମଧ୍ୟରୁ ବଡ଼ସାହି ଥାନାର ଜଣେ ସବଇନିସ୍‌ପେକ୍ଟର ସଂକ୍ରମିତ ଥୁ ଜଣାପଡ଼ିଛି। ପୂର୍ବରୁ ଜଣେ ଏଆଇ ସଂକ୍ରମିତ ହେବା ଫଳରେ ସେ ଘରୋଇ ସଙ୍ଗରୋଧରେ ରହିଛନ୍ତି । ସେହିପରି ଅତିରିକ୍ତ ଦାୟିତ୍ବରେ ଥୁବା ବେତନଟୀ ଥାନାଧିକାରୀ ମଧ୍ୟ ଘରୋଇ ସଙ୍ଗରୋଧରେ ରହିଛନ୍ତି । ଏଣୁ ଏସପି ବାରିପଦା ସଦର ଥାନାର ସବଇନିସପେକ୍ଟର ସନ୍ତୋଷ କୁମାର ବିଶୋୟୀଙ୍କୁ ବଡ଼ସାହି ଥାନା ଦାୟିତ୍ବ ତୁଲାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ସେ ୩ଦିନ ହେଲା କାର୍ଯ୍ୟ କରୁଛନ୍ତି । ତେବେ ଆଜି ଥାନାର ୩ଜଣ ଅଫିସର ଆଣ୍ଟିଜେନ ପରୀକ୍ଷା କରିଥିବା ବେଳେ ପୁଣି ଜଣେ ଅଫିସର ସଂକ୍ରମିତ ଜଣାପଡ଼ିଛନ୍ତି । ସେ ମଧ୍ୟ ଘରୋଇ ସଂଙ୍ଗରୋଧରେ ରହିବାରୁ । ନବନିଯୁକ୍ତ ସବଇନିସପେକ୍ଟର ୨ଜଣ ଏଏସଆଇଙ୍କୁ ନେଇ ଥାନା କାର୍ଯ୍ୟ ତୁଲାଉଛନ୍ତି । ଜିଲାର ବୃହତ ଥାନା ବଡ଼ସାହି ପାଇଁ ନିୟମିତ ଆଇଆଇସି ପଦ ଦେଢ଼ମାସ ହେଲା ଖାଲି ପଡ଼ିଛି । ବର୍ତ୍ତମାନ ସ୍ଥିତିରେ ଜଣେ ନିୟମିତ ଆଇଆଇସି ନିଯୁକ୍ତି ଦେବାରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଟାଳଟୁଳ ନୀତି ପାଇଁ ଅପରାଧୁ ସକ୍ରିୟ ହେଉଛନ୍ତି । ବଡ଼ସାହି ବିଧାୟକ ସନାତନ ବିଜୁଳି ଏନେଇ ଏସପିଙ୍କ ସହିତ ଆଲୋଚନା କରିଥିବା ବେଳେ ୭ ଦିନ ଭିତରେ ଆଇଆଇସି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ। ତେବେ ସମୟ ଅତିକ୍ରାନ୍ତ ସାଙ୍ଗଙ୍କୁ ଥାନାରେ ଅଚଳାବସ୍ଥା ଦୃଷ୍ଟିରୁ ବିଧାୟକ ପୁର୍ନବାର ଏସପିଙ୍କ ସହିତ ଆଲୋଚନା କରିବା ପରେ ସେ କୋଭିଡ଼ ସଂକ୍ରମଣ ପାଇଁ ଆଉ କିଛିଦିନ ପରେ ନିୟମିତ ଆଇଆଇସି ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଜେପିର ଗଣମାଧ୍ୟମ ସଂଯୋଜକ ଭବାନୀ ଶଙ୍କର ସାହୁ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଅପରପକ୍ଷରେ ଆଜିର ୨୫ଜଣ ଚିହ୍ନଟଙ୍କ ମଧ୍ୟରୁ ସବଇନିସ୍‌ପେକ୍ଟରଙ୍କୁ ମିଶାଇ ବଡ଼ସାହି ପଞ୍ଚାୟତରୁ ୫ଜଣ ସଂକ୍ରମିତ ଥିବା ବେଳେ ପାଉଁଶିଆରୁ ମଧ୍ୟ ସମାନ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନାଉପାଳ ଓ କେନ୍ଦୁଡ଼ିହାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗୁଡ଼ିଆଲବନ୍ଧ ଓ ଦେଉଳିଆରୁ ୨ଜଣ ଲେଖାଏଁ ଏବଂ କୋଚିଳାଖୁଣ୍ଟା, ବଳଭଦ୍ରପୁର, ମାଣତ୍ରୀ, ଭୀମିଦା ଓ ସୁହାଗପୁର ପଞ୍ଚାୟତରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଫଳରେ ପଞ୍ଚାୟତକ୍ରମରେ ଚିହ୍ନଟ ସଂଖ୍ୟା ଭିତ୍ତିରେ ଶୁକ୍ରବାର ପର୍ଯ୍ୟନ୍ତ ବଡ଼ସାହିରୁ ସର୍ବାଧୂକ ୮୮ଜଣ ଚିହ୍ନଟ ହୋଇଥିବା ବେଳେ ମାତ୍ରୀରୁ ୪୯, ମାନଗୋବିନ୍ଦପୁରରୁ ୪୮, ସାନକେରକୋରୁ ୪୦, କେନ୍ଦୁଡ଼ିହାରୁ ୩୦, ଚନ୍ଦନପୁରରୁ ୨୫, ଦୁର୍ଗାପୁରରୁ ୨୩, କୋଚିଳାଖୁଣ୍ଟା ଓ ତାଳପଦାରୁ ୧୮ଜଣ ଲେଖାଏଁ, ଭୀମିଦା, ଦେଉଳିଆ ଓ ଖାନୁଆରୁ ୧୭ ଜଣ ଲେଖାଏଁ, ପଟିସାରୀ ,ଓ ବଳଭଦ୍ରପୁରରୁ ୧୪ଜଣ ଲେଖାଏଁ, ଗୁଡ଼ିଆଲବନ୍ଧ, – ‘ସୁହାଗପୁର ଓ ଶାଳଗାଁରୁ ୧୩ଜଣ ଲେଖାଏଁ , ପାଉଁଶିଆ, ନାଉପାଳ, ଜାରକାଣୀ, ମାଧପୁର ଓ ପୂର୍ଣ୍ଣଚନ୍ଦ୍ରପୁରରୁ ୧୦ଜଣ ଏ ଲେଖାଏ, ପ୍ରତାପପୁର ଓ ଯୋଗୀନୂଆଗାଁରୁ ୧୧ଜଣ ଲେଖାଏଁ, ଇ ଛେଳିଆ(କ)ରୁ ୧୦, ଯଦୁନାଥପୁରରୁ ୮, ବୀରେଶ୍ୱରପୁରରୁ ୬, ଟଙ୍ଗାଶୋଳରୁ ୩, ଶିଆଳିଘାଟୀରୁ ୨ ଏବଂ ଉଠାଣୀନୂଆଗାଁ ଆବାପଞ୍ଚାୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି।

Related Posts

About The Author

Add Comment