କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲେ ଦୁଇ ଯୁବ ସମାଜସେବୀ ପପିନା ବେହେରା ଆଉ ସତ୍ୟବ୍ରତ ଭୋଇ : ସାଧାରଣରେ ଉଚ୍ଚ ପ୍ରଶଂସା

Spread the love
 କଟକ, ୨୦/୦୬/୨୦ (ସନ୍ଧାନ ନିଉଜ) : କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କଳାବିହାର,କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ଦେଶ ସେବକ ମାନଙ୍କୁ ଉଚ୍ଚ ପ୍ରସଂଶା କରିବାସହ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି ! ଏହି ସମ୍ମାନ ପର୍ବରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନାରିନେତ୍ରୀ ପ୍ରତିଭା ଶତପଥୀ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ଉପସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାସ,
ଇଂ. ଅମୀୟ ରଂଜନ ପଟ୍ଟନାୟକ,ଇଂ. ବିଶ୍ୱଜିତ ସାହୁ, କଣ୍ଠଶିଳ୍ପୀ ରଞ୍ଜନ ଜେନା,ଅଜିତ ରାଉତ, ମନୋରଞ୍ଜନ ସାହୁ, ହରପ୍ରିୟା ହାତୀ,ପ୍ରିୟାନଶୀ ସାହୁ, ଅର୍ପିତା ରାଉତ,ସୁହାନି ସାହୁ ଉପସ୍ଥିତଥିଲେ ! ଏହି ମର୍ମରେ ଯୁବ ସମାଜସେବୀ ପପିନା ବେହେରା, ଯୁବ ସମାଜସେବୀ ସତ୍ୟବ୍ରତ ଭୋଇଙ୍କୁ   କରୋନା ଯୋଦ୍ଧା ଭାବରେ ମାନପତ୍ର, ଉତ୍ତରିୟ ପ୍ରଦାନ କରଯାଇ ସମ୍ମାନିତ କରାଯାଇଛି ଏବଂ ଦୁଇ ଉଦ୍ଦୀୟମାନ ସମାଜସେବୀଙ୍କୁ  କନ୍ଦରପୁର ଅଞ୍ଚଳରେ ପ୍ରସଂଶା କରିବା ସହ ବାସ୍ତବ କରୋନା ଯୋଦ୍ଧା ଭାବରେ ସମ୍ମାନ ଦିଆଯାଉଛି ! ନିକଟ ଅତୀତରେ କନ୍ଦରପୁର ଅଂଚଳ ବିଶୋଧନ,ନିୟମିତ ରକ୍ତଦାନ,ବୃକ୍ଷରୋପଣ ଆଦି ବିଭିନ୍ନ  ମହନୀୟ ସେଵାକାର୍ଯ୍ୟ କରି ଅନୁଷ୍ଠାନ ତାର ଅଦର୍ଶ ବାର୍ତା ପ୍ରଚାର କରିଚାଲିଛି !

Related Posts

About The Author

Add Comment