କରୋନା ଭିତରେ କେନ୍ଦ୍ରରୁ ଆସିଲା ବଡ ପ୍ୟାକେଜ୍

Spread the love
ଭୁବନେଶ୍ୱର,, ୨୭/୦୩ (ସନ୍ଧାନ ନିୟୁଜ) କରୋନା ଲଢ଼େଇ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଗ୍ରାମୀଣ କଲ୍ୟାଣ ପ୍ୟାକେଜ୍ରେ ମାଗଣାରେ ଯୋଗାଇ ଦିଆଯିବ ଗ୍ୟାସ ସିଲିଣ୍ଡର । ଉଜ୍ୱଳା ଯୋଜନାରେ ବିପିଏଲ୍ ପରିବାରକୁ ପ୍ରତି ମାସରେ ଗୋଟିଏ ଲେଖାଏଁ ଆଗାମୀ ୩ ମାସ ଯାଏଁ ୩ଟି ସିଲିଣ୍ଡର ମାଗଣାରେ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । ଏଥିରେ ଉପକୃତ ହେବେ ୮ କୋଟିରୁ ଅଧିକ ପରିବାର । ସେହିପରି ଏପ୍ରିଲ ପ୍ରଥମ ସପ୍ତାହରେ ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ପ୍ରଥମ କିସ୍ତିର ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଖାତାକୁ ଯିବ । ଦାଦନ ଶ୍ରମିକ, ଦିନ ମଜୁରିଆ ଓ ଗରିବ ଲୋକଙ୍କୁ ଆଖି ଆଗରେ ରଖି ଏହି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ମନରେଗାରେ ଦୈନିକ ମଜୁରୀକୁ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ଉପକୃତ ହେବେ ୫ କୋଟି ହତାଧିକାରୀ ।

Related Posts

About The Author

Add Comment