କରୋନା ଭାଇରସରୁ ରକ୍ଷା କରିବ ଏହି ୬ଟି ସୁପରଫୁଡ୍

Spread the love

ବିଶ୍ବବ୍ୟାପୀ କରୋନା ଭାଇରସ୍ ଲୋକଙ୍କୁ ଆତଙ୍କିତ କରିଛି। କରୋନା ଜୀବାଣୁ ମାତ୍ର ୧୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଶରୀରକୁ ସଂକ୍ରମିତ ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ଡାକ୍ତର ଓ ବୈଜ୍ଞାନିକମାନେ ପୂର୍ବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଯାହା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଏବଂ ସହଜରେ କରୋନା ଭାଇରସ ଜୀବାଣୁ ଆକ୍ରମଣ କରିପାରିବ ନାହିଁ। ତେବେ ବର୍ତ୍ତମାନର ସ୍ଥିତିରେ ଆମେ ଆପଣଙ୍କୁ ଏପରି ୬ଟି ସୁପରଫୁଡ୍ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ।

ଅଳସୀ (ଫ୍ଲେକ୍ସସିଡ୍) : ଏକ ଚାମଚ ଫ୍ଲକ୍ସସିଡ୍ ମଞ୍ଜି ଗରମ କ୍ଷୀର ସହିତ ପିଇଲେ କିମ୍ବା ଏହାକୁ ସାଲାଡ ବା ଦହି ସହିତ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏଥିରେ ଆଣ୍ଟି-ଆଲର୍ଜି ସିଲିୟମ୍ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ। ଯାହା କୋଲେଷ୍ଟ୍ରୋଲକୁ ହ୍ରାସ କରିବା ସହ କର୍କଟ ଭଳି ମାରାତ୍ମକ ରୋଗର ବିପଦରୁ ମଧ୍ୟ ରକ୍ଷା କରିଥାଏ।

ତୁଳସୀ : ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପରି ଅନେକ ଔଷଧୀୟ ଗୁଣ ଅଧିକାରୀ ତୁଳସୀ। ଯାହା ଅନେକ ରୋଗରୁ ଉପଶମ ଦେଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଖାଲି ପେଟରେ ତୁଳସୀ ପତ୍ର ଖାଇବା ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ୫ଟି ତୁଳସୀ ପତ୍ର ସହିତ ମହୁ ଏକ ଚାମଚ ଖାଇବା ଦ୍ୱାରା ରୋଗ ମୁକାବିଲା ପାଇଁ ଶକ୍ତି ମିଳିଥାଏ।

ସୂର୍ଯ୍ୟମୁଖୀ ମଞ୍ଜି : ସୂର୍ଯ୍ୟମୁଖୀ ମଞ୍ଜି ସେଲେନିୟମରେ ଭରପୂର ଅଟେ, ଯାହା ଆମ କୋଷଗୁଡ଼ିକର କ୍ଷତି ପୂରଣ କରିଥାଏ। ଏହାକୁ ଚାଟ୍ ମସାଲା ବା ସାଲାଡ୍ ଭଳି ଖାଇପାରିବେ। ଭିଟାମିନ୍-ଇ ରେ ଭରପୂର ଏହି ମଞ୍ଜି ଆପଣଙ୍କୁ ଯେକୌଣସି ପ୍ରକାରର ବାହ୍ୟ ସଂକ୍ରମଣରୁ ରକ୍ଷା କରିଥାଏ।

ହଳଦି : ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଇନଫ୍ଲାମାଟୋରୀରେ ଭରପୂର ହଳଦି ଆପଣଙ୍କ ଶରୀରକୁ ଆଲର୍ଜିରୁ ରକ୍ଷା କରିଥାଏ। ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

ଅଦା : ଏଥିରେ ଆଣ୍ଟି-ଭାଇରାଲ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଇନଫ୍ଲାମାଟୋରୀ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରେ। ଅଦା ଚା’ ଖାଇବା ଲାଭଦାୟକ ହୋଇଥାଏ। ଆପଣ ମହୁ ସହିତ ମଧ୍ୟ ଅଦା ଖାଇପାରିବେ।

ଡାଲଚିନି : ପଲିଫେନୋଲ୍ ଏବଂ ପ୍ଲାଣ୍ଟ ଆଣ୍ଟି-ଅକ୍ସିଡାଣ୍ଟ ଡାଲଚିନି ରୋଗ ପ୍ରତିରୋଧକ ଶକ୍ତିକୁ ଅକ୍ଷୁର୍ଣ୍ଣ ରଖିଥାଏ। ଏଥିରେ ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ଯୋଗୁଁ ବିଶେଷକରି ଥଣ୍ଡା ଏବଂ ଋତୁ ଅନୁଯାୟୀ ହେଉଥିବା ଫ୍ଲୁରେ ଏହା ଔଷଧ ଭାବରେ କାମ କରେ। ମସଲା ଭାବରେ ଡାଲଚିନି ବ୍ୟବହୃତ ହୁଏ, ଏଥିରେ ଚା’ ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ।

Related Posts

About The Author

Add Comment