ଭୂବନେଶ୍ୱର୨୬ ।୩(ସନ୍ଧାନ ନିୟୁଜ/ମାନସ ରାଉତ): କରୋନାରୁ ରକ୍ଷା ପାଇବା ପାଇଁ ସରକାର ସାରା ଜିଲାରେ ଲକଡଉନ ଘୋଷଣା କରି ସାଧାରଣ ଯାତାୟତ ଉପରେ ରୋକ ଲଗାଇଛନ୍ତି । ଅନେକ ଲୋକ ଏବେ ସୁଧା କରୋନାର ଭୟାବହତାକୁ ଅନୁଭବ କରି ନପାରି ଅମାନିଆ ହୋଇ ପୁଲିସର ଚେତାବନିକୁ ଅଣଦେଖା କରୁଛନ୍ତି । ପୁଲିସ ସହିତ ଲୁଚକାଳି ଖେଳ ଖେଳିଲା ଭଳି ପୁଲିସ ଆସିଲେ ଦୌଡି ପଳାଇବା ପରେ ପୁନର୍ବାର ଆସି ଏକତ୍ର ହୋଇ ତାସ ,ପଶା ଆଦି ଖେଳିବାକୁ ବସିଯାଉଛନ୍ତି । ଏଥିପାଇଁ ପୁଲିସ ଏବେ କଠୋର ହେବା ସହିତ ନିୟମ ଭାଙ୍ଗୁଥିବା ଲୋକମାନଙ୍କୁ କଠୋର ଶାସ୍ତି ଦେବାକୁ ସାଧାରଣରେ ସ୍ୱର ଉଠିଲାଣି । କେତେକ ସ୍ଥାନରେ ପୁଲିସ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଆଇନ ଭଙ୍ଗକାରୀଙ୍କୁ ମାରଧର ମଧ୍ୟ କରୁଛନ୍ତି । ଜେନାପୁର ଥାନା ଅଧିନ କଲାଣ୍ଡଠାରେ ଆଜି ଥାନାଧିକାରୀଙ୍କ ନିଦେ୍ର୍ଦଶ ଅନୁଯାଇ ଢେଙ୍କାନାଳ ଜିଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିବା ସହିତ ନିହାତି ଦରକାର ନଥିଲେ ଜିଲା ଭିତରକୁ କାହାରିକୁ ଯାତାୟତ ପାଇଁ ଛଡାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ଏବେ ପ୍ରତ୍ୟେକ ଗାଁର ଯୁବ ସମାଜ ନିଜ ଗାଁରେ କୌଣସି ବାହାର ଲୋକକୁ ପୁରାଇ ନଦେବା ପାଇଁ ଗାଁ ମୁଣ୍ଡରେ ରାସ୍ତା ଅବରୋଧ କରି ଆବଶ୍ୟକ ଥିବା ଲୋକମାନଙ୍କୁ ଯାତୟତ ପାଇଁ ସୁଯୋଗ ଦେଉଛନ୍ତି । ଏହା ଯେପରି ସ୍ୱେଛାଚାରିତା ନହୋଇଯାଏ ସେଥିପ୍ରତି ପୁଲିସ ପକ୍ଷରୁ ତଦାରଖ କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ଫଳରେ ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇଛି । ଜନ ସମାଗମ ହେଉଥିବା ଜାଗାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଯାରି ରହିଛି । କେତେକ ଅସାଧୁ ବ୍ୟବସାୟୀ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ଖାଦ୍ୟ ପଦାର୍ଥର ଦରଦାମକୁ ମନଇଛାରେ ବଢାଇ ଦେଇଥିବାର ଖବର ପାଇ ପୁଲିସ ସେଠାରେ ପହଞ୍ଚô ସେମାନଙ୍କୁ ତାଗିଦ କରିବା ଫଳରେ ଦରଦାମ ବୃଦ୍ଧି ଉପରେ ରୋକଲାଗିଛି । ପୁଲିସ ପ୍ରହରା କଡା କଡି ଥିବାରୁ ଜନସମାଗମକୁ ପ୍ରତିହତ କରାଯାଇପାରିଛି । ଏ ସମ୍ବନ୍ଧରେ ଥାନାଧିକାରୀ ସୁଶାନ୍ତକୁମାର ଦାସଙ୍କୁ ପଚାରିବାରେ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କର ଜୀବନ ରକ୍ଷା କରିବା ପାଇଁ ଆମକୁ ଆମ କର୍ତ୍ତବ୍ୟ କରିବାକୁ ପଡିବ । ଯେଉଁମାନେ ସରକାରୀ ନିୟମକୁ ନ ମାନି ସଙ୍ଗରୋଧ ଆଇନକୁ ପାଳନ କରିବେ ନାହିଁ ସେମାନଙ୍କ ପ୍ରତି କଠୋର ମନୋଭାବ ପୋଷଣ କରାଯିବ । ଲୋକାମାନଙ୍କୁ ସଚେତନ କରିବାକୁ ପ୍ରଶାସନ ତରଫରୁ ଗାଁ ଗାଁରେ ପ୍ରଚାର ଗାଡି ବୁଲୁଛି । ଗତକାଲି ଅସାଧୁ ବ୍ୟବସାୟୀ ଯେଉଁଭଳି ଦରଦାମ ବଢାଇ ଥିଲେ ପ୍ରଶାସନର ପ୍ରଚେଷ୍ଠା ଫଳରେ ସେଥିରେ କେତେକାଂଶରେ ରୋକ ଲାଗିପାରିଛି । ତେବେ ଗାଁ ଗହିଳିରେ ଯେଉଠି ପୁଲିସ ପହଞ୍ଚô ପାରୁନାହିଁ ସେଠାରେ ଦରଦାମ ବଢାଇ ବକ୍ରି କରାଯାଉଥିବା ଅଭିଯୋଗ ହେଉଛି । ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
କରୋନା ପାଇଁ ଢେଙ୍କାନାଳ ଯାଜପୁର ସୀମା ସିଲକଲା ଯାଜପୁର ପୋଲିସ
|
March 26, 2020 |



