ବାରିପଦା, ,05/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ‘ସାର୍, ଆପଣ ମାଛି ନେଇ ଯାଆନ୍ତୁ ନ ଖାଇବା ପରେ ପଇସା ଦେବେ । ମୋ ପାଖରୁ ମାଛ ନେଇ ଆପଣ କ’ଣ କୁଆଡ଼େ ପଳାଇ ଯିବେ ଯେ, ମୁଁ ଚିନ୍ତା କରିବି ।” ଏମିତି ଆତ୍ମୀୟତାର ସହ ଗ୍ରାହକଙ୍କ ମନକୁ କିଣନ୍ତି ସେ । ଗ୍ରାହକ ହେଉଛନ୍ତି ତାଙ୍କ ଲାଗି ଭଗବାନ । ସେ ହେଉଛନ୍ତି ଯୁବ ମାଛ ବିକାଳି ସୋନୁ ଓରଫ୍ କରୁଣାକର ପରମାଣିକ । ଘର ବେତନଟୀ ବୃକ୍ ଯୁଗୋଳରେ । ସୋନୁ କହନ୍ତି, ଗ୍ରାହକଙ୍କ ସହ ଲାଭଖୋର ମନୋବୃତ୍ତି ନ ରଖ୍ ବନ୍ଧୁ ଭାବରେ ବ୍ୟବହାର ଦେଇ ବ୍ୟବସାୟ କଲେ ବ୍ୟବସାୟ ନିଶ୍ଚିତ ଭଲ ଚାଲିବ । ଏଥିସହିତ ଆତ୍ମବିଶ୍ବାସ ବୃଦ୍ଧି ହେବା ସହିତ ଆର୍ଥକ ଅଭିବୃଦ୍ଧି ମଧ୍ୟ ଘଟିବ । ଏହି ବାର୍ତ୍ତା କୌଣସି ଏମ୍ବିଏ ଡିଗ୍ରୀଧାରୀ ବ୍ୟବସାୟୀ କିମ୍ବା କୌଣସି ମୋଟିଭେସନାଲ ସିକ ନୁହେଁ, ଏ ବାର୍ଭା ହେଉଛି ବାରିପଦା ସହରର ମାଛ ବ୍ୟବସାୟୀ ଅଦ୍ଧ ଶିକ୍ଷିତ ଯୁବକ ସୋନୁଙ୍କର । କରୋନା କାଳରେ ବଞ୍ଚିବା ପାଇଁ ସମସ୍ତେ କିଛି ନା କିଛି ରୋଜଗାରର ମାଧ୍ୟମ ଖୋଜୁଥିବାବେଳେ ସୋନୁ ପିଲାଟି ଦିନରୁ ଆଜି ଯାଏଁ କୌଳିକ ବୃତ୍ତିକୁ ଆପଣାଇ ନେଇଛନ୍ତି । ଅର୍ଥାତ୍ ସେ ଜାତି ରେ ଜଣେ କେଉଟ ହୋଇଥିବାରୁ ମାଛ ବ୍ୟବସାୟ କରି ଆସୁଛନ୍ତି । କରୋନା ଡରରେ ଲୋକଙ୍କ ଖାଦ୍ୟ ତାଲିକା ବଦଳି ଯାଇଥିବା ବେଳେ ସୋନୁଙ୍କ ପରି ବେପାରୀ ସେମାନଙ୍କ କୌଳିକ ବୃଦ୍ଧିକୁ ଛାଡ଼ିନାହାନ୍ତି । ବେତନଟୀ ବ୍ଲକ୍ ଅନ୍ତର୍ଗତ ଯୁଗୋଳ ଗାଁ ସ୍କୁଲରେ ତାଙ୍କର ପାଠପଢ଼ା ଆରମ୍ଭ । ହେଲେ ହଠାତ୍ କୌଣସି କାରଣରୁ ସୋନୁ ସ୍କୁଲ ଯିବା ବନ୍ଦ କରିଦେଲେ । ସେହିଦିନରୁ ସେ ତାଙ୍କ ବାପା ରତିକାନ୍ତଙ୍କ ସହ ଗାଁ ପାଖ ହାଟକୁ ଯାଇ ବ୍ୟବସାୟରେ ମନ ଦେଲେ । ଦୀର୍ଘ ୧୫ ବର୍ଷ ଧରି ମଞ୍ଚାବନ୍ଧାଠାରେ ମାଛ ବ୍ୟବସାୟ କରୁଥିବା ବେଳେ ଏବେ କିଛି ବର୍ଷ ହେବ ସ୍ୱାଗତିକା ଗୋଲେଇରୁ ଭଞ୍ଜପୁର ଆଡ଼କୁ ଯିବା ବେଳେ କଲେଜ ପଡ଼ିଆ ନିକଟସ୍ଥ ଡାହାଣ ପଟେ ଫୁଟ୍ପାଥରେ ବସି ମାଛ ବ୍ୟବସାୟ କରୁଛନ୍ତି । ଗ୍ରାହକଙ୍କ ଚାହିଦା ଦେଖ୍ ସୋନୁ ବିଭିନ୍ନ ପ୍ରକାର ମାଛ ମଗାଇଥାନ୍ତି । ସେ କବେ ବାରିପଦା ମଣ୍ଡିରୁ ମାଛ ଉଠାନ୍ତି ନାହିଁ । ସିଧା ବାଲେଶ୍ବରର କଷାଫଳ ମୁହାଣ, ପାରାଦୀପ, ଧାମରା ଆଦିରୁ ବିଭିନ୍ନ ସାମୁଦ୍ରିକ ମାଛି ଆଣି ବାରିପଦାରେ ବିକନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦେଶୀମାଛି ମଗାନ୍ତି । ସୋନୁ କହନ୍ତି, ମେରଦା, ତିଳପଦା, ଯୁଗଳ, ବୈଦ୍ୟପୁର, ମହୁରୀ, ଶର୍ବଣା, ବରହମପୁର ଏମିତି ବିଭିନ୍ନ ସ୍ଥାନରୁ ଦେଶୀମାଛ ଆଣେ। ସାମୁଦ୍ରିକ ମାଛ ଇଲିସିଠାରୁ ଆରମ୍ଭ କରି, ଚମ୍ପା, ଶିଳା, କୁରା, ଖଇଙ୍ଗୀ, ଫିକି, ତେଲିଆ, ମୁକୁନ୍ଦି, ପଲେଟ, ଚିଙ୍ଗୁଡ଼ି ଏମିତି ବିଭିନ୍ନ କିସମର ମାଛ ସହ ଦେଶୀ ଚିଙ୍ଗୁଡ଼ି, ଭାକୁର, ରୋହି, ଗ୍ରାସ୍ କାର୍ପ, ସିଲଭର କାର୍ପ, ବାଟା, ଅଙ୍ଗୁର, ଚାଇନା କେରାଣ୍ଡି, କେରାଣ୍ଡି, ମହୁରାଳୀ, ବାହାଲ, ଭେକଟି, କଙ୍କଡ଼ା ଆଦି ପ୍ରାୟ ସବୁବେଳେ ଉପଲବ୍ଧ ଥାଏ । ସୋନୁଙ୍କ ସୁମଧୁର ବ୍ୟବହାର ଓ ଗ୍ରାହକଙ୍କ ସନ୍ତୁଷ୍ଟି ଲାଗି ତାଙ୍କର ସଦା ସର୍ବଦା ଚେଷ୍ଟା ଯୋଗୁଁ ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଆସିଥିବା ବାବୁମାନେ ତାଙ୍କଠାରୁ ମନ ପସନ୍ଦର ମାଛ କିଣି ନିଅନ୍ତି । କୌଣସି ମାଛି ନ ଥିଲେ କେତେବେଳେ ଆସିବ ସେ ସମ୍ପର୍କରେ ମଧ୍ୟ ସୂଚନା ଦେବା ସହ ଗ୍ରାହକଙ୍କ ଫୋନ୍ ନମ୍ବର ରଖ୍ ତାଙ୍କ ଘରେ ମାଛି ପହଞ୍ଚାଇବାର ପ୍ରୟାସ କରନ୍ତି । ସୋନୁ କେବଳ ସେଠାରେ ମାଛ କାଟି ବିକ୍ରି କରନ୍ତିନି ବରଂ ସେ ବିଭିନ୍ନ ସ୍ଥାନକୁ ମାଛ ସମ୍ବାଇ ମଧ୍ୟ କରନ୍ତି । ସେ କହନ୍ତି ଯେ, ନିଜେ କୋଲକାତାର ନଦିଆଠାରୁ ଆରମ୍ଭ କରି ଛତିଶଗଡ଼ ଯାଏଁ ମାଛ ପଠାନ୍ତି । ସୋନୁ ନିଜର କୌଳିକ ବୃଦ୍ଧିକୁ ଆପଣାଇ ମାଛ କାଟି ବ୍ୟବସାୟ କରୁଥିଲେ ମଧ୍ୟ ସେ ପିଲାଟି ଦିନରୁ ନିରାମିଷାସୀ । ବଜରଙ୍ଗ ବାଲିଙ୍କର ଭକ୍ତ ହୋଇଥିବାରୁ ସେ ପ୍ରତିଦିନ ରାତି ୩ଟାରୁ ଉଠି 5 ନିଜର ନିତ୍ୟକର୍ମ ସାରି ହନୁମାନଙ୍କୁ ପୂଜା କରନ୍ତି । ଏହାପରେ ଗେରୁଆ ତିଳକ ମଥାରେ ମାରି ଭୋରରୁ ବ୍ୟବସାୟ ପାଇଁ ବାହାରି ଆସନ୍ତି । , ସବୁଠୁ ବଡ଼ କଥା ହେଲା ସୋନୁ ସବୁବେଳେ ଓ ତାଙ୍କ ଗ୍ରାହକଙ୍କ ସହ ହସ ହସ କଥା କହୁଥିବା ବଳେ ପ୍ରତିଦିନର ରୋଜଗାର ନେଇ ତାଙ୍କ ବାପାଙ୍କୁ ଦିଅନ୍ତି । ସୋନୁ କହନ୍ତି ବାହାଘର ସିଜିନରେ ସେ ଲକ୍ଷେ ଟଙ୍କା ଉପରେ ବେପାର କରନ୍ତି । ଏବେ ବି ଦିନେ ଦିନେ ୮୦ହଜାର ଉପରେ ବେପାର ହୁଏ। କରୋନା ମହାମାରୀ ଯୋଗୁଁ ବେପାର କମିଯାଇଛି । କେବେକେବେ ୨୫ରୁ ୩୦ ହଜାର ପୁଣି ଆଉ କେବେ ୫ରୁ ୧୦ ହଜାର ମଧ୍ୟରେ ବେପାର ହେଉଛି । ମାଛ ବେପାର ସହିତ ବିଭିନ୍ନ ମିଠା ତିଆରି କରିବା ମଧ୍ୟ ଶିଖୁଛନ୍ତି । ତେଣୁ ଅର୍ଡର ନେଇ ବିଭିନ୍ନ ମିଠା ସେ ତିଆରି କରନ୍ତି । ୧୦ ଆଜି କାଲି ପୁଅ ବଡ଼ ହେବା ପରେ ବାପା ମା’ଙ୍କୁ ପଚାରୁ ନ ଥିବାବେଳେ ସୋନୁଙ୍କ ସଂସ୍କାର ସମାଜର ତଥାକଥିତ ଶିକ୍ଷିତ ବର୍ଗର ଲୋକମାନଙ୍କ ପାଇଁ ଅନୁକରଣୀୟ । ପିଲାଟି ଦିନରୁ ସେ ତାଙ୍କ ବାପାଙ୍କ ହାତକୁ ଟଙ୍କା ଆଣି ବଢ଼ାଇ ଦିଅନ୍ତି । ସେଇ ଧାରା ଆଜି ବି ଜାରି ରହିଛି । ସୋନୁ ୬ ବର୍ଷ ପୂର୍ବେ ଗୋପୀବଭପୁରରେ ବିବାହ କରିଛନ୍ତି । ଏବେ ପତ୍ନୀ ଓ ଦୁଇ ଝିଅ ସହ ତଖତପୁରରେ ଭଡ଼ା ନେଇ ରହୁଛନ୍ତି ସତ, ହେଲେ ବାପା ମା’ଙ୍କୁ ଭୁଲିନାହାନ୍ତି ।



