ଚେନ୍ନାଇ, ୨୫/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): କିଲର କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା। କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ସି ବିଜୟବସ୍କର ସୂଚନା ଦେଇଛନ୍ତି। ଆଉ ଏହା ସହିତ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୧
|
March 25, 2020 |
