କରମଡିହିରୁ ଛତିଶଗଡ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ଶୋଚନୀୟ ସ୍ଥିତି

Spread the love

ସୁନ୍ଦରଗଡ : ୨୮/୦୭/୨୦୧୧ (ସନ୍ଧାନ ନିଉଜ /ରାଜୁ ପଟେଲ ) କରମଡିହିରୁ ଛତିଶଗଡ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ଶୋଚନୀୟ ସ୍ଥିତି ବିଷୟରେ ଗତ କିଛିଦିନ ପୂର୍ବେ ସବଡେ଼ଗା ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ନାଏକଙ୍କ ନେତୃତ୍ୟରେ ଏକ ଦଳ (ଶ୍ରୀଯୁକ୍ତ ନାଜିର ହୁସେନ,ହେର୍ମାନ ବାର୍ଲ୍ଲା,ଧନେଶ୍ୱର ସାଗର ଏବଂ ପାତ୍ରାସ ତିର୍କି)   ନିର୍ବାହି ଯନ୍ତ୍ରୀ ଓ ଗୃହ ନିର୍ମାଣ ବିଭାଗକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ I ଏହି ଖବର ସମ୍ବାଦ ପତ୍ରରେ  ୧୭ ଜୁଲାଇ ରେ ପ୍ରକାଶ ମଧ୍ୟ କରାଯାଇଥିଲା I   ଦୀର୍ଘ ୧୨ ଦିନ ବିତିଯାଇଥିଲେ ସୁଦ୍ଧା ଏବେ ଯାଏଁ ନିର୍ବାହି ଯନ୍ତ୍ରୀ ଓ ଗୃହ ନିର୍ମାଣ ବିଭାଗରୁ କିଛି ପଦକ୍ଷେପ ନିଆଯାଇନାହିଁ  I  ବିଶେଷକରି ସବଡେ଼ଗା ବସଟାଣ୍ଡରୁ  ଗାଇବିରା ଛକ ପର୍ଯ୍ୟନ୍ତ ରାସ୍ତା କଥା କହିଲେ ନସରେ I  ରାସ୍ତା ସାରା ଜାଗେ ଜାଗେ ବଡ ବଡ ଖାଲ ହୋଇଯାଇଛି   I ଏଥିପାଇଁ ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି I  ରାସ୍ତାରେ ଥିବା ବଡ ବଡ ଖାଲ ଯୋଗୁଁ ବହୁ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ହେବା ଦେଖିବାକୁ ମିଳୁଛି I

ଏହିରାସ୍ତା ପଡୋଶୀ ରାଜ୍ୟ ଛତିଶଗଡ,ଝାରଖଣ୍ଡ କୁ ସଂଯୋଗ କରୁଥିବା ହେତୁ ପ୍ରତିଦିନ ବଡ ବଡ ଭାରିଜାନ ଏହି ରାସ୍ତା ଦେଇ ଗତି କରୁଥିବାରୁ  ଦିନକୁ ଦିନ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଛି I ସବଡେ଼ଗା ଆଖ ପାଖର ସମସ୍ତ ଗ୍ରାମର ଲୋକେ ଚିକିସ୍ୟା   ପାଇଁ ତଥା ବିଦ୍ୟାଳୟ ମହାବିଦ୍ୟାଳୟ ତଥା କେନ୍ଦ୍ରୀୟ ବିଦ୍ୟାଳୟ ଏଠାରେ ଥିବା ହେତୁ ବହୁମାତ୍ରାରେ ବିଦ୍ୟାର୍ଥୀ   ସବଡେ଼ଗା ଉପରେ ନିର୍ଭର କରିଥାନ୍ତି  , ସାପ୍ତାହିକ ହାଟ ଏବଂ ନିଜର ଦୈନଦିନ ଜିନିଷ ପାଇଁ  ମଧ୍ୟ ଆଖପାଖ ଗ୍ରାମର ଲୋକେ ସବଡେ଼ଗା ଉପରେ ନିର୍ଭର କରିଥାନ୍ତି I ରାସ୍ତା ଦୁଇ ପାର୍ଶ୍ୱରେ ଥିବା ନାଳ, ଅଳିଆ ଆବର୍ଜନାରେ ଭର୍ତି ହୋଇଯାଇଥିବା ହେତୁ ନାଳର ସମସ୍ତ ପାଣି ରାସ୍ତା ଉପରେ ଜମା ରହୁଛି I  ଯଥାଶୀଘ୍ର ଏଥିପ୍ରତି କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ସବଡେ଼ଗା ର ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ନାଏକ,ତାଙ୍କ କର୍ମୀ ତଥା ଗ୍ରାମବାସୀ ମିଶି ରାସ୍ତା ଅବରୋଧ କରିବେ ବୋଲି ନିର୍ବାହି ଯନ୍ତ୍ରୀ ଓ ଗୃହ ନିର୍ମାଣ ବିଭାଗକୁ ଚେତାବନୀ ଦେଇଛନ୍ତି I

Related Posts

About The Author

Add Comment