କରମଡିହି ମୁଖ୍ୟ ରାସ୍ତାରେ କାର ଦୁର୍ଘଟଣା ,ଜଣେ ମୃତ

Spread the love

ସୁନ୍ଦରଗଡ, ୧୩/୬/୨୦୨୧ (ସନ୍ଧାନ ନିଉଜ/ରୋସନ ପଟେଲ) : ଆଜି ମଧ୍ୟାନ୍ନ ସମୟରେ ସଦର ଥାନା ଅନ୍ତର୍ଗତ କରମଡିହି ଏକ୍ସପ୍ରେସ ୱେ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ବଲଦକୁ ବଞ୍ଚାଇବାକୁ ଯାଇ ଚାଳକ ଜଣକ ନିଜ ଜୀବନକୁ ମୃତ୍ୟୁ ମୁଖକୁ ଠେଲିଦେଇଛନ୍ତି । ମୃତକ ଜଣକ ରଞ୍ଜନ ସାହୁ ଅର.ଆଇ.ଟି କଲୋନୀ ସୁନ୍ଦରଗଡ ର ବୋଲି ଜଣାପଡିଛି । କୌଣସି କାରଣ ବଶତଃ ରଞ୍ଜନ ସାହୁ ନିଜ କାର ଯୋଗେ ପରିବାର ସହ ରାଜଗାଙ୍ଗପୁର ଯାଇ ଫେରୁଥିବା ସମୟରେ  ଏହି ମର୍ମନ୍ତୁଦ ଘଟଣା ଘଟିଛି । ଅତିଶୀଘ୍ର ଅଗ୍ନିଶମ ବିଭାଗ ଆସି ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରୁଥିଲେ ମାତ୍ର ତାଙ୍କ ପରିବାର ସୁସ୍ଥ ଥିବାବେଳେ ଡାକ୍ତର ରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ପରିବାର ବର୍ଗ ଶୋକରେ ମର୍ମାହତ ହୋଇ ପଡିଛନ୍ତି  | ସଦର ପୋଲିସ ଏକ ଅପମୃତ୍ୟୁ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Related Posts

About The Author

Add Comment