କମାଗଡରେ ଜଣେ ସ୍ଥାନୀୟ ବ୍ୟକ୍ତି ପଜେଟିଭ, ଅବରୋଧ ଅଂଚଳ ଘୋଷଣା

Spread the love

ଗଡମଧୁପୁର, ୧୮/୭, (ଆପ୍ର) ଯାଜପୁର ଜିଲ୍ଲା କରୋନା ରେଡ ଜୋନ ପାଲଟିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଲାଗିପଡିଛନ୍ତି । ଏପରକି ଆଜି ଠାରୁ ପୁଣି ଯାଜପୁର ସମେତ ଅନ୍ୟ ୪ଟିଜିଲ୍ଲା ଏବଂ ରାଉରକେଲ ମୁନସିପାଲିଟ୍ କୁ ଲକ ଡାଉନ ଘୋଷଣା କରିବା ସହିତ ଅନେକ କଟକଣା କରିଛନ୍ତି । ଏହା ଭିତରେ ପୁଣି ଧର୍ମଶାଳା କମାଗଡରୁ ଜଣେ ଲୋକାଲ ୫୩ବର୍ଷିର୍ଆ ବ୍ୟକ୍ତି କରୋନା ପଜେଟିଭ ବାହାରିବା ପରେ ଚିନ୍ତାର ବିଷୟ ପାଲଟିଛି । ଉକ୍ତ ବ୍ୟକ୍ତିଙ୍କୁ ଟାଟା କୋରନା ଚିକସôା କେନ୍ଦ୍ରକୁ ପଠାଯାଇଛି । ପୂର୍ବରୁ ଏହାର ନିକଟରେ ଜଣେ ବୃଦ୍ଧା ଅନ୍ୟ ସ୍ୱାସ୍ଥ୍ୟ ସମ୍ପର୍କିତ ଚିକିସôା ପାଇଁ ଯିବା ପରେ କରୋନା ପଜେଟିଭ ଆସିଥିଲା । ଆଜି ପୁଣି ସେହିଭଳି ଜଣେ କ୍ୟାନସର ରୋଗୀ ନିଜର ଚିକିସôା ପାଇଁ ଯିବା ପରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ କିଭଳି ଭୂତାଣୁ ସଂଯୋଗରେ ଆସିଛନ୍ତ ତାହାର ସନ୍ଧାନ ଚାଲିଥିବା ବେଳେ ସେମାନଙ୍କ ପରିବାର ବର୍ଗର ୬ଜଣଙ୍କୁ ସଙ୍ଗୋରୋଧରେ ରଖାଯାଇଛି । ପରେ ଧର୍ମଶାଳା ବିଡିଓ, ତହସିଲଦାର, ଜେନାପୁର ଥାନା ଅଧିକାରୀ ପଂହଚି ଘଟଣା ଅନୁଧ୍ୟାନ କରିବା ପଂଚାୟତର ୧, ୩, ଏବଂ ୪ ନମମ୍ବର ୱାଡ ଗୋଡାସାହିକୁ ଅବରୋଧ ଅଂଚଳର ଘୋଷଣା କରାଯାଇଛି । ପଂଚାୟତକୁ ସମସ୍ତ ରାସ୍ତା ମନ୍ଦିର ଏବଂ ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯାଇଛି । ଗ୍ରାମର ସମସ୍ତ ରାସ୍ତା ସିଲ କରାଯିବା ସହିତ ଭିତରୁ କାହାକୁ ବାହାରକୁ ଆସିବାକୁ ବାରଣ କରିଯିବା ସହିତ ବାହାରୁ ଲୋକଙ୍କୁ ଅବରୋଧ ଅଂଚଳର ଯିବାକୁ ବାରଣ କରାଯାଇଛି ବୋଲି ସରପଂଚ ମନୋରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।

ସେହିପରି ଧର୍ମଶାଳା ବ୍ଲକର ଜଣେ କନିଷ୍ଠ ଜେ.ଇ ସଂକ୍ରମିତି ହୋଇଥିବା ସୂଚନା ମିଳୁଛି । ଏହାକୁ ପ୍ରତିକାର ନିମନ୍ତେ କାର୍ଯ୍ୟଳୟକୁ ବନ୍ଦ କରିବାକୁ କର୍ମଚାରୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment