କବିତା “ପାରିବିନିବି ଲେଖି”

Spread the love
ଜୀବନ ଟା ଲାଗେ
ଜଉଘର ପରି
ତା ବିନା ନିତି ଜଳେ ମୋ
ସ୍ୱପ୍ନ ର ଚିତା ।
କୁହ ନାହିଁ ବନ୍ଧୁ
ଲେଖିବାକୁ ମତେ
ପ୍ରେମ ପ୍ରଣୟ କବିତା ।।
ଭାଙ୍ଗେ ଯେବେ
ବିଶ୍ଵସ ର ଦ୍ୱାହିଦେଇ
ଗଢିଥିବା ପ୍ରେମର କୋଣାର୍କ ।
ଜୀବନ ଟା ଲାଗେ
 ମରୁବାଳି ପରି
ସ୍ୱପ୍ନ ସବୁ ହୁଏ ଧୁଳିସାତ
ପ୍ରତିଟି ମୁହୂର୍ତ୍ତ ଏଠି
ଯନ୍ତ୍ରଣାଦାୟକ ।।
ସତେ ଯେମିତି
ଲକ୍ଷ୍ୟହୀନ ପଥିକ ମୁ
ଆଗରେ ମୋ ଦୋଛଜି ରାସ୍ତା
କୁହ ନାହିଁ ବନ୍ଧୁ
ଲେଖିବାକୁ ମତେ
ପ୍ରେମ ପ୍ରଣୟ କବିତା ।
ଦିନ ଥିଲା
ଶବ୍ଦ ରାଇଜରେ କରିଥିଲି  ବସା ,
ପ୍ରତିଟି ଶବ୍ଦ ଥିଲା ଅଳଙ୍କାର ମଣ୍ଡିତ
ଲେଖନିରୁ ଝରୁଥିଲା
ଛନ୍ଦ ଓ ଉପମା ।।
ଆଜି ଧ୍ୱଂସବିଧ୍ଵଂସ ମୋ
ସ୍ବପ୍ନର କାନନ
ଏଠି ନିଶବ୍ଦ ନିଶ୍ଚଳ
ସବୁ ରଂଗହୀନ
ଝାଉଁଳି ପଡିଛି ଚିର ସବୁଜିମା ।।
ଲିଭି ଲିଭି ଆସେ ମୋର
ଶବ୍ଦର ସଳିତା ।
କୁହ ନାହିଁ ବନ୍ଧୁ
ଲେଖିବାକୁ ମତେ
ପ୍ରେମ ପ୍ରଣୟ କବିତା ।।

 

ଅଶ୍ବିନି କୁମାର
ସହକାରୀ ଶିକ୍ଷକ
ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଚକଳାପଦର
ଝରିଗାଁ ନବରଙ୍ଗପୁର

Related Posts

About The Author

Add Comment