କବିତା: କୋଣାର୍କ ର ଚିନ୍ତା ଉତ୍କଳୀୟ ଚିନ୍ତନ

Spread the love

ନିହାଣ ମୁନରେ ପଥରକୁ ଜୀବନ୍ୟାସ ଦେବା ,

ନିର୍ଜୀବ ପ୍ରସ୍ତରରେ ସଜୀବତ୍ୱ ସର୍ଜନା କରିବା ,

   ଅଥବା , ଉତ୍କର୍ଷ କଳାର ଛୁଞ୍ଚିରେ ପଥର ଦେହକୁ 

ବାର୍ ବାର୍ ସିଇଁ ରଫୁ କରିବାଟା ,

                   କଣ୍ ଏତେ ଶସ୍ତା !!!!

ସେଇଥି ପାଇଁ ବୋଧେ କୋହରେ ଭିଜୁଛି କୋଣାର୍କ ,

ଉତ୍କର୍ଷତା ର ଚିରା ଫଡା କାନି ରେ ,

         ମୁଁହ ପୋଛିବାକୁ ହଉଛି ଅସମର୍ଥ ..

ନିର୍ବାକ୍ ହେଇଯାଇଛି ତା ଓଠ ,

ନିସ୍ପନ୍ଦନ କୁ ଘେନେ ତା ହୃତପିଣ୍ଡ ..,

ନୃତ୍ୟରତାନାଟୀ ପିଇଦେଲେ କି ଆଉ ଆଳସ୍ୟ ବିଷ !!

ନିର୍ନିମେଷ ନେତ୍ରେ ଦେଖୁନ କେମିତି ,

    ହାଁ କରି ରହିଛି ତା ହତବାକ୍ ପଣ ..

ନିଶ୍ଚିହ୍ନ ହେଇପାରେ ଏଇ ନିର୍ଜୀବ-ଶିଳା ର ଶିଳ୍ପୀ ..

 କିନ୍ତୁ ଅମୃତ ପା ପିଇଛି, 

       ବାରଶ ବଢ଼େଇ ର ଲୁହଲହୁ ମିଶା ,

ସେଇ ଭୂ-ଥାପିତ ଅବଦାନ ..

ହେଇପାରେ ଆଜି ଅବହେଳିତ..ଅବା ନିଷ୍ପେସିତ ,

 କିନ୍ତୁ ପ୍ରତିଟି ଉତ୍କଳୀୟ ର ସୁପ୍ତପଣରେ,

ଆଜି ବି ଭାସିବୁଲେ ସେ ଗୁପ୍ତ ଅବଦାନ ର ରହସ୍ୟ ..

ବାପ ପୁଅରେ ଦାୟ ନା ବାରଶ ବଢ଼େଇରେ ଦାୟ ,

ଏହି ପ୍ରଶ୍ନର ନିଃସ୍ୱାର୍ଥ ଉତ୍ତର,

        ଯୋଉଥି ପାଇଁ ଧର୍ମପଦ ହେଲା ଜାତିପ୍ରିୟ ..

ଏଇ ମାଟିରେ ଜନ୍ମିକି ଧର୍ମପଦ ହେଇପାରୁଛି ବୀରପୁତ୍ର,

   କିନ୍ତୁ ତମେ କାହିଁ ଅଟକି ଯାଅ ,

           ଖାଲି ହେଇ ସେଲଫି ନେଉଥିବା ଦର୍ଶକ ??

କେବଳ କାମନା ଏତିକି ,

     ସଂଚରୁ ଶିହରଣ ..ଜନ୍ମୁ ଜାଗରଣ …

ଅତୀତ ର ଫର୍ଦ୍ଦ ପରି କୋଣାର୍କ ଫେରିପାଉ ,

    ପୁଣିଥରେ ତା ପୂର୍ବପଣ…

କୋଣାର୍କ ର ଚିନ୍ତା ହେଉ ଉତ୍କଳୀୟ ଚିନ୍ତନ ..

Sanghamitra Bhutia

Hatibari, Sukinda Jajpur

Related Posts

About The Author

Add Comment