କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତି ପାଳିତ

Spread the love

ଯାଜପୁର ସଦର,  ୧/୨/୨୬  (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଗୋଳକୁଣ୍ଡ ପଂଚାୟତରେ ବିଦଗ୍ଧ କବି ଅଭିମନ୍ୟୁ ଜୟନ୍ତି ପାଳନ କରାଯାଇଥରବା ବେଳେ, ଏହି ଅବସରରେ ଅଭିମନ୍ୟୁ ସାଂସ୍କୃତିକ ପରିଷଦ ପକ୍ଷରୁ ବିଦଗ୍ଧ କବି ସାମନ୍ତ ସିଂହାରଙ୍କର ୧୬୮ ତମ ଜୟନ୍ତି ପାଳନ କରାଯାଇଚି ଅନୁଷ୍ଠାନର ସଭାପତି ସୂଚାନ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଷକ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ଅବସରରେ ମୁଖ୍ୟ ଅତିଥି ବିରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ପ୍ରଧ୍ୟାପିକ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ କୃପାସିନ୍ଧୁ ମିଶ୍ର ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦାନ କରି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କବିଙ୍କ ପ୍ରତିମୃର୍ତ୍ତି ପିଠରେ ପ୍ରଦିପ ପ୍ରଜ୍ଜଳନ କରି ଏହି ଜୟନ୍ତିକୁ ଉଦଘାଟନ କରାଯାଇଥିଲା । ଏହି ଅବସରରେ ଗିତୀକାର ଅରୁଣ ମନ୍ତ୍ରୀ, କୃଷ୍ଣ ନାୟକ ଯୋଗଦେଇଥିଲେ । ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ । ସଂମ୍ପାଦକ ଦିଲିପ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ପରିଶଦ ପକ୍ଷରୁ ପ୍ରକାଶିତ ସାହିତ୍ୟିକ ପତ୍ରିକା ବ୍ରାହ୍ମର ଉନ୍ମୋଚନ କରଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସ୍ତରରେ ପ୍ରତି ଯୋଗୀରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ବିଜୟ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ସେହିପରି କବିଙ୍କ ପୀଠ ବାଲିଆ ପରିଶରରେ ୧୬୮ ତମ ଜୟନ୍ତି ପାଳନ କରାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଅଭିମନ୍ୟୁ ସାମନ୍ତ ସିଂହାର କଲେଜର ଅଧ୍ୟାପକ ରବିନ୍ଦ୍ର ଦାସ ଯୋଗଦେଇଥିବା ବେଳେ, ସାହିତ୍ୟ ଏକାଡେମୀ ସଂଜୟ ଛୁଆଳସିଂ ଯୋଗଦେଇଥିଲେ ।

Related Posts

About The Author

Add Comment