କନ୍ଧମାଳର ବରିଷ୍ଠ ଆଇନଜିବୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ 

Spread the love

କନ୍ଧମାଳ, ୦୫/୦୭/୨୦୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ସଦସ୍ୟ ଅଜିତ କୁମାର ପାଣିଗ୍ରାହୀ(ରୁନା)ଙ୍କ ଫୁଲବାଣୀ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ତାଙ୍କ ବିୟୋଗରେ ଫୁଲବାଣୀ ଓକିଲ ସଂଘ ତରଫରୁ ନୂତନ ବାର ହଲରେ ଓକିଲ ସଂଘର ସଭାପତି ଶିଦ୍ଧେଶ୍ଵର ଦାସଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସହଯୋଗ ରେଏକ ଶୋକ ସଭା ଆୟୋଜନ କରାଯାଇଥିଲା । ପ୍ରଥମେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଓକିଲ ସଂଘର ସମସ୍ତ ସଦସ୍ୟ ୨ ମିନଟ ନିରବ ପ୍ରାର୍ଥନା କରାଯିବା ପରେ ତାଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଓକିଲ ସଂଘ ତରଫରୁ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ଅସୀମ ପ୍ରହରାଜ, ହରିଶ୍ଚନ୍ଦ୍ର ମହାରଣା, ଦୁର୍ଗା ଶଙ୍କର ପଟ୍ଟନାୟକ, ପ୍ରଦୀପ୍ତି ରଞ୍ଜନ ନାୟକ, ବୀଣାପାଣୀ ପ୍ରଧାନ, ଅଗସ୍ତ୍ୟ ଜାନୀ, କମଳ ବେହେରା, ଶୁଶାନ୍ତ ସେନାପତି, ମନୋଜ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ବାରର ଅନ୍ୟ ଓକିଲ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ ପୂର୍ବରୁ ସେ କରୋନା ପଜିଟିଭି ଚିହ୍ନଟ ହେବାପରେ ଭୁବନେଶ୍ବରରେ ଚିକିତ୍ସିତ ହୋଇ କରୋନାକୁ ହରାଇ ସେ ସମ୍ପୁର୍ଣ ସୁସ୍ଥ ହୋଇ ଯାଇଥିଲେ । ଭଲ ହେବାର କିଛିଦିନ ପରେ ସେ ପୁଣି ଥରେ ଫୁସଫୁସ ସଂକ୍ରମଣ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଫୁଲବାଣୀ ହସପିଟାଲରେ ଭର୍ତି କରାଇଥିଲେ । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ସେ ଜଣେ ଶାନ୍ତ ଶିଷ୍ଠ ପରୋପକାରୀ ବ୍ୟକ୍ତି ଥିଲେ l ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲା ଓକିଲ ସଂଘରେ ଶୋକର ଛାୟା ଖେଳିଯାଇଛି ।

Related Posts

About The Author

Add Comment