କନ୍ଧମାଳ ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ି ଗସ୍ତ : ବିଭିନ୍ନ  ପର୍ଯ୍ୟଟନ ସ୍ଥଳୀ ବୁଲି  ପିଲାଙ୍କୁ ପାଠ ପଢାଇଲେ

Spread the love
ବାଲିଗୁଡା,୨୭/୦୯/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାପାଳ ଡ଼ଃ ଆଶିଷ ଈଶ୍ୱର ପାଟିଲ ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପ୍ରଥମେ ଇକୋ ରିଟ୍ରିଟ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । କଫି ବଗିଚା ପାଖରେ ରହିଥିବା ୨ ହେକ୍ଟର ଜମିରେ ନୂତନ ଭାବେ କଫି ରୋପଣ କାର୍ଯ୍ୟରେ ଯୋଗ ଦେଇଥିଲେ। କଫି ରୋପଣ କରିବା ସହ ଉକ୍ତ କାର୍ଯ୍ୟ ଓ କଫି ବଗିଚା ଭିତରେ ନୂତନ କଫି କେଫ କାର୍ଯ୍ୟର ତଦାରଖ କରିଥିଲେ । ଏଥି ସହିତ ଡୁଲୁରି ପର୍ଯ୍ୟଟନ ସ୍ଥଳୀ ,ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତ ବୁଲିଥିଲେ । ମିଡିୟୁବାନ୍ଦା ଜଳ ପ୍ରପାତରେ ପର୍ଯ୍ୟଟନଙ୍କ ପାଇଁ ଆବଶ୍ୟକ ରହିଥିବା ବିଶ୍ରାମଗାର ,ଶୌଚାଳୟ,ରାସ୍ତା, ମୁଖ୍ୟ ଫାଟକ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ଦାସିଙ୍ଗବାଡ଼ି ସମିତିସଭ୍ୟା ପ୍ରମିଳା ପ୍ରଧାନ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହା ପରେ ଜିଲ୍ଲାପାଳ ଦାସିଙ୍ଗବାଡ଼ିର କାଣ୍ଡାପା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମରେ ପହଂଚି ପିଲାଙ୍କୁ ପାଠ ପଢାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ ,ଜଳଛାୟା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ଜଳଛାୟା ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ପରିଡ଼ା,ଦାରିଙ୍ଗବାଡ଼ି ପିଆଇଏ ହୃଷୀକେଶ ପ୍ରଧାନ,ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ ଅନନ୍ତ ଜେନା,ପୂର୍ତ୍ତ ବିଭାଗ ଏସଡିଓ ବ୍ରଜମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ ।

Related Posts

About The Author

Add Comment