କନ୍ଦରପୁର ପଂଚାୟତରେ କୃତୀ ଛାତ୍ର ମାନଙ୍କ ଦ୍ଵାରା ଚାରା ରୋପଣ

Spread the love
କଟକ, ୦୨/୦୮/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ଅଭିଯାନରେ  କନ୍ଦରପୁର ମହାବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇ କନ୍ଦରପୁର ପଞ୍ଚାୟତ ବାମ୍ବୁରୀ ଗ୍ରାମର ହନୁମାନ ମନ୍ଦିର,ଦଧିବାମନଜୀଉ ମଠ,ରାସ୍ତାପାର୍ଶ୍ଵ ଏବଂ  ମହାବିଦ୍ୟାଳୟ ନିକଟସ୍ଥ ପଡିଆ ଆଦି ବହୁ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି । ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଏହି ସେବାକାର୍ଯ୍ୟରେ ସାଗର ବେହେରା,ଅମିତ୍ ବେହେରା , ଦେବାଶିଷ ବେହେରା,ବିଗ୍ନେଶ୍ ବଡି,ସୁମନ ଜେନା,ସନ୍ତୋଷ ମହାପାତ୍ର,ବିଶ୍ୱଜିତ୍ ନାୟକ,ଚନ୍ଦନ ରାଉତ,ଆଶ୍ରିବାଦ ପ୍ରଧାନ,ବିଶ୍ୱଜିତ୍ ଭୋଇ ପ୍ରମୁଖ କୃତୀଛାତ୍ର ଉପସ୍ଥିତ ରହି ୫୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରିଥିଲେ ।

Related Posts

About The Author

Add Comment