ଯାଜପୁର ସଦର, ୨/୪/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତର ପିଇଓ ରବିନାରାୟଣ ସାମଲ କନିକାପଡା ପଞ୍ଚାୟତର କେତେକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ ଆଦୌ ଘର କରିନଥିବା ବେଳେ ସେମାନଙ୍କର ବିଲ କରେଇ ଦେବା ନାଁରେ ଅର୍ଥ ଆତ୍ମ ସାଥ କରୁଥିବା ନେଇ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ କିଛିଦିନ ପୂର୍ବେ ଅଭିଯୋଗ କରିଥିଲେ।କେତେ ଲୋକଙ୍କର ଏମିତି ଦୁର୍ନୀତି ହୋଇଛି ଏହାର ପ୍ରମାଣ ଜାଣିବା ପାଇଁ ସାମାଜିକ କର୍ମୀ ମନୋରଞ୍ଜନ ମଲ୍ଲିକ ଦଶରଥପୁର ବ୍ଲକ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ କିନ୍ତୁ ବ୍ଲକ ସୂଚନା ଅଧିକାରୀ ଏଯାବତ ଶ୍ରୀଯୁକ୍ତ ମଲ୍ଲିକଙ୍କୁ ତଥ୍ୟ ନଦେବା ବ୍ଲକ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି|ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗକୁ ଇତି ମଧ୍ୟରେ ପ୍ରାୟ ୪ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ ଘଟଣାର କୌଣସି ତଦନ୍ତ ହୋଇ ନଥିବାରୁ ପଞ୍ଚାୟତର ଜନସାଧାରଣ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି|ଘଟଣାରୁ ପ୍ରକାଶଯେ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ ଅନ୍ୟ ଲୋକଙ୍କ ଘର ଆଗରେ ହିତାଧିକାରୀ ମାନଙ୍କୁ ଠିଆ କରି ଫଟୋ ଉଠାଇ ଚତୁରତାର ସହ ବିଲ କରିବା ପାଇଁ ପିଇଓଙ୍କ ଚେଷ୍ଟାକୁ ବ୍ଲକ ପ୍ରଶାସନ ମଧ୍ୟ ପୁରୁଣା ଘରର ନୂଆ ଫଟୋ ଦେଖି ପିଇଓ ଫଲ୍ସ ବିଲ କରିବାରେ ସାହାଯ୍ୟ କରୁଥିବାରୁ ସେ ସଫଳ ହେଉଥିବା ବେଳେ ସରକାର ଯେଉଁ ଉଦେଶ୍ୟରେ ଗରିବ ଲୋକ ମାନଙ୍କୁ ଘର ଯୋଗେଇ ଦେଉଛନ୍ତି ସରକାରଙ୍କର ଯୋଜନା ସଫଳ ହେଉନଥିବା ନେଇ ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି।ରାଜ୍ୟରେ ସରକାର ବଦଳିବା ପରେ ଦୁର୍ନୀତି କମିଛି ବୋଲି ସରକାର ବାହା ବାହା ନେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ପୂର୍ବ ସରକାର ଅପେକ୍ଷା ଏହି ସରକାର ସମୟରେ ଦୁର୍ନୀତି ବଢିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି।ତେବେ ଦେଖିବା ପାଇଁ ବାକି ରହିଲା କେବେ ହେଉଛି ତଦନ୍ତ ଆଉ କେବେ ହେବ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାହା ଦେଖିବା ପାଇଁ ପଞ୍ଚାୟତ ବାସୀ ଚାତକ ପରି ଚାହିଁ ବସିଛନ୍ତି।
କନିକାପଡା ପଞ୍ଚାୟତ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ଆର୍ଟିଆଇ ଆଧାରରେ ସୂଚନା ଅଧିକାରୀ ଦେଉନାଁହାନ୍ତି ତଥ୍ୟ
|
April 2, 2026 |



