ଯାଜପୁର ସଦର, :୧୦/୬/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବରୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ବହୁ ଦିନ ହେଲା ଔଷଧ ଦୋକାନ କରିଥିବା ପାଥୋଲୋଜି ଲ୍ୟାବ କରିଥିବା ସୁଧାଂଶୁ ଶେଖର ନାଥଙ୍କୁ ଗତକାଲି ଦୁର୍ବୁତ ମାନେ ଆକ୍ରମଣ କରିଥିବା ଘଟଣାକୁ ନେଇ ବରୀ ରାମଚନ୍ଦ୍ର ପୁର ଥାନାରେ ଏତେଲା କରାଯାଇଛି ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ନାଥ ବହୁ ଦିନ ଏହି ଔଷଧ ଦୋକାନ କରିଥିବା ବେଳେ ମୁଣ୍ଡ ଫଟାଇ ଦେବା ସହିତ ସେ ଗୁରୁତର ଆହତ ହୋଇଥିଲେ । ଶ୍ରୀନାଥଙ୍କୁ ଯାଜପୁର ମେଡିକାଲକୁ ନିଆଯାଇଥିବା ବେଳେ ଏନେଇ ସୁଧାଂଶୁ ନାଥ ବରୀ ଥାନାରେ ଅଭିଯୋଗ କରିଛନ୍ତି । ବରୀ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି । ସୁଧାଂଶୁ ତାଙ୍କ ଔଷଧ ଦୋକାନରେ ଆକ୍ରମଣ ହୋଇଥିବାରୁ ସିସି କ୍ୟାମରାରେ ଏହି ଘଟଣା କୟଦ ହୋଇରହିଛି । ଏହା ପୋଲିସ୍ ଅନୁସନ୍ଧାନରେ ସାହାର୍ଯ୍ୟ କରିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଔଷଧ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ ଥାନାରେ ମାମଲା
|
June 9, 2026 |



