ଓଡ଼ିଶାରେ ଦୁଇ ଶିଶୁଙ୍କ ଦେହରେ ‘କରୋନା’

Spread the love

ଭୁବନେଶ୍ୱର ୧୦/୦୪ (ସନ୍ଧାନ ନିୟୁଜ) : ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ‘କରୋନା’ରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବରର। ଏବେ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି ବୋଲି ଏନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ଏପ୍ରିଲ ୪ ତାରିଖରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ୭୨ ବର୍ଷୀୟ ବ୍ୟକ୍ତିଙ୍କୁ ପରିବାର ଲୋକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ତାଙ୍କୁ ‘କରୋନା’ ହୋଇଥିବା ରିପୋଟ୍‌ରେ ସ୍ପଷ୍ଟ ହୋଇଥିଲା। ପରେ ଏମ୍ସ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ତା’ପରେ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଆର୍‌ଏମ୍‌ସିରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରିଥିଲା। ରିପୋଟ୍‌ରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ କରିଥିଲା। ଏହା ପରେ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କୀୟଙ୍କୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଥିଲା। ତେବେ ଗତକାଲି ଆସିଥିବା ରିପୋଟ୍‌ରେ ମୃତକଙ୍କ ସମ୍ପର୍କୀୟ ଦୁଇ ଶିଶୁ ଓ ଜଣେ ୩୭ ବର୍ଷୀୟ ମହିଳା ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Related Posts

About The Author

Add Comment