ଓଡ଼ିଶା ଫେରିବା ପାଇଁ ମୋବାଇଲ ନମ୍ବର ଓ ଆଧାର ବିନା ହୋଇପାରିବେନି ପଞ୍ଜିକୃତ

Spread the love

ଭୁବନେଶ୍ୱର : ରାଜ୍ୟ ବାହାରେ ଥିବା ଓଡିଆମାନେ ଲକଡାଉନ୍ ଅବଧି ଶେଷ ହେବା ପରେ ଓଡ଼ିଶାକୁ ଆସିପାରିବେ। ସେଥିପାଇଁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ଏଥିଲାଗି ଉଦ୍ଦିଷ୍ଟ ପୋର୍ଟାଲରେ କିମ୍ବା ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣକୁ ବାଧ୍ୟତାମୂଳକ କରଯାଇଛି। ପଞ୍ଜିକରଣ ପାଇଁ ପୋର୍ଟାଲରେ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ପଡିବ। ଆଜି ଏହି ସୂଚନା ଦେଇଛନ୍ତି ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଡି. କେ ସିଂହ।

ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଏପ୍ରିଲ ୨୪ରୁ ପୋର୍ଟାଲ କାର୍ଯ୍ୟକ୍ଷମ ହୋଇସାରିଛି। ଓଡ଼ିଶା ବାହାରେ ଯେଉଁ ଓଡ଼ିଆ ଭାଇ-ଭଉଣୀମାନେ ଅଛନ୍ତି ଓ ସେମାନେ କେମିତି ଫେରିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି। ସରକାର ପ୍ରଥମେ ସେମାନଙ୍କ ସମସ୍ୟା ଉପରେ ଅବଗତ ହେବାକୁ ଚାହୁଁଛନ୍ତି। ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ପ୍ରଥମେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ଆଧାର ନମ୍ବର ଓ ମୋବାଇଲ ଫୋନ ନମ୍ବର ଦେବା ଜରୁରୀ। ସେହିଭଳି ପଞ୍ଜିକରଣ ପାଇଁ ଫର୍ମରେ ବ୍ୟକ୍ତିଗତ ବିବରଣୀ- ନାମ, ବୟସ, ଲିଙ୍ଗ, ମୋବାଇଲ ଓ ଆଧାର ନମ୍ବର ଦେବେ। ଓଡ଼ିଶାରେ ନିଜ ଘରର ଠିକଣା- ଗାଁ ବା ସହର, ପ୍ଲଟ ନମ୍ବର/ଘର ନମ୍ବର, ପଞ୍ଚାୟତ, ପୋଷ୍ଟ ଅଫିସ, ବ୍ଲକ, ଜିଲ୍ଲାର ନାମ ଲେଖିବାକୁ ପଡିବ। ଯୋଗାଯୋଗ ନିମନ୍ତେ ନିଜ ସଂପର୍କୀୟଙ୍କ ନାମ- ସଂପୃକ୍ତ ବ୍ୟକ୍ତି ଓଡ଼ିଶାର ହୋଇଥବା ଦରକାର। ତାଙ୍କର ପରିଚୟ ଓ ମୋବାଇଲ ନମ୍ବର। ପୋର୍ଟାଲକୁ ଯାଇ ଜଣେ ବ୍ୟକ୍ତି ନିଜେ କିମ୍ବା ସଂପର୍କୀୟ ଏହି ଫର୍ମ ପୂରଣ କରିପାରିବେ।

Related Posts

About The Author

Add Comment