ଭୁବନେଶ୍ୱର, ୧୯/୦୫ (ସନ୍ଧାନ ନିଉଜ) : ସାମୁଦ୍ରିକ ମହାବାତ୍ୟା ଅମ୍ଫନ ସମୁଦ୍ରରେ ଦୁର୍ବଳ ହେଉଛି। ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଥିବା ଅମ୍ଫନ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଆଶ୍ଵସ୍ତିର ବିଷୟ ଓଡ଼ିଶା ଉପରେ ବାତ୍ୟାର ବିଶେଷ ପ୍ରଭାବ ପଡିବନି ବୋଲି ସେ କହିଛନ୍ତି।
ମଙ୍ଗଳବାର ଶ୍ରୀ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ଅମ୍ଫାନ ପାରାଦୀପ ଠାରୁ ୫୨୦ କିମି ଦୂରରେ ରହିଥିବା ବେଳେ ପଶ୍ଚିମବଙ୍ଗ ଦୀଘା ଠାରୁ ୬୭୦ କିମି ଦୂରରେ ରହିଛି। ଏହା ଅତି ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ। ଆସନ୍ତାକାଲି ଅପରାହ୍ନରୁ ସଂଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଉପକୂଳ ଛୁଇଁବ। ତେବେ ଓଡ଼ିଶାକୁ ସେତେଟା ବିପଦ ନାହିଁ। କିନ୍ତୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରଭାବ ପଡ଼ିବ।